Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କୁ ହତ୍ୟା ଧମକ, କଣ୍ଟାବାଞ୍ଜି ଜି ଆର୍ ପି ଥାନାରେ ଏତଲା !

ବଲାଙ୍ଗୀର : କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ବିଧାୟକ ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜି ଜି ଆର୍ ପି ଥାନାରେ ଏତଲା ଦେଇଛନ୍ତି । କାଉନସିଲର ବଣ୍ଟି ବେହାରା ଙ୍କ ସମେତ ଅନ୍ୟ ୬ ଜଣ ଙ୍କ ନାଁରେ ଏହି ଏତଲା ଦିଆଯାଇଥିବା ଜଣା ପଡ଼ିଛି । ବାହାର ରାଜ୍ୟକୁ ଦାଦନ ଚାଲାଣ ସମୟରେ ପ୍ରଶ୍ନ କରିବାରୁ ଦୁର୍ବ୍ୟବହାର ସହିତ ହତ୍ୟା ଧମକ୍ ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ । ଅଭିଯୋଗ ପରେ ଜି ଆର୍ ପି ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତେବେ ଅଭିଯୋଗକୁ ନେଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ