ଗଣ୍ଡପତ୍ରାପାଲି ଗ୍ରାମ ପଞ୍ଚାୟତରେ ମେଗା ଜଳପ୍ରକଳ୍ପ ଟାଙ୍କିର ଭୂମି ପୂଜନ ।
ବଲାଙ୍ଗୀର,୫/୧୨: ସଇଁତଲା ବ୍ଲକ ଗଣ୍ଡପତ୍ରାପାଲି ଗ୍ରାମ ପଞ୍ଚାୟତର ଭତାସର ତାରିଣୀ କଲେଜ ନିକଟରେ ମେଗା ପାଣି ଟାଙ୍କିର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପି ଯୁବନେତା ଡୋଳାମଣି ବସ୍ତିଆଙ୍କ ସମେତ ସର୍ବେଶ୍ୱର ପାତ୍ର ଏବଂ ସ୍ଥାନୀୟ ସରପଞ୍ଚ ମନେଶ ସୁନାଙ୍କ କର କମଳରେ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରକଳ୍ପର ଭୂମି ପୂଜନ ପରେ ଲୋକଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ଏହି ଟାଙ୍କିରୁ ପଞ୍ଚାୟତର ସମସ୍ତ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇ ଦିଆଯିବ ବୋଲି ସରପଞ୍ଚ ଶ୍ରୀ ମନେଶ ସୁନା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ବିଭାଗୀୟ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ ।

