ବଲାଙ୍ଗୀର,୫/୧୨: ଫପସି ଠାରୁ ବଡମାଲ୍ ରେଳ ଷ୍ଟେସନ ରାସ୍ତା ନିର୍ମାଣର ଭୂମୀପୂଜନ ।
ବଲାଙ୍ଗୀର,୫/୧୨: ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ଗ୍ରାମ ପଞ୍ଚାୟତର ଫପସି ଠାରୁ ବଡମାଲ୍ ରେଳ ଷ୍ଟେସନ ରାସ୍ତା ନିର୍ମାଣର ଭୂମୀପୂଜନ ହୋଇଯାଇଛି। ବଡ଼ମାଳ ଗୋଲାବାରୁଦ୍ କାରଖାନାର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପ୍ରଦୀପ କୁମାର ଦାଶ ଏଥିରେ ଯୋଗଦାନ କରି ଭୂମୀ ପୂଜନ କରିଥିଲେ । ଏହି ରାସ୍ତାର ନିର୍ମାଣ କାମ ମ୍ୟୁନିସନ ଇଣ୍ଡିଆ ଲିମିଟେଡର ସି ଏସ୍ ଅର୍ ପାଣ୍ଠିରୁ କରାଯାଉଛି। ଏହି କାର୍ଯ୍ୟକ୍ରମରେ କାରଖାନାର ଅତିରିକ୍ତ ମହା ପ୍ରବନ୍ଧକ ଶ୍ରୀ ପ୍ରଭାସ ଭୋଇ, ସି ଏସ ଆର୍ ର ନୋଡାଲ ଅଧିକାରୀ ଶ୍ରୀ ହିମାଂଶୁ ତ୍ରିପାଠୀ, ମ୍ୟାନେଜର ଶ୍ରୀ ସୁରେଶ୍ଵର ମେହେର, ଗଣ୍ଡପତ୍ରାପାଳି ସରପଞ୍ଚ ଶ୍ରୀ ମନେଶ ସୁନା, ସମିତି ସଭ୍ୟା ଶ୍ରୀମତୀ ଅମ୍ରିତା ଦୀପ, ଧରପଗଡ ସରପଞ୍ଚ ଶ୍ରୀମତୀ ଗୀତା ଞ୍ଜଳୀ ପଣ୍ଡା ଓ ଅନ୍ୟାନ୍ୟଙ୍କ ମଧ୍ୟରେ ଶ୍ରୀ ପ୍ରେମଚନ୍ଦ ଜୈନ, ରାଜା ବେହେରା, ପୂର୍ବତନ ସରପଞ୍ଚ ସତ୍ୟ ନାରାୟଣ ପଣ୍ଡା ସମାଜସେବୀ ଗାର୍ଗବ ପ୍ରସାଦ ବଗର୍ତ୍ତୀ, (ପଞ୍ଚା) ବୁଲୁ ବେହେରା ପ୍ରେମ ସ୍ୱଇଁ ସର୍ବଶ୍ୱର ପାତ୍ର ଆଦି ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

