Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ଆକାଶବାଣୀରୁ ତମ୍ବା କେବୁଲ ତାର ଚୋରୀ: ରେଡିଓ ଶୁଣିବାରୁ ଶ୍ରୋତା ବଞ୍ଚିତ

ସମ୍ବଲପୁର: ଆକାଶବାଣୀ ସମ୍ବଲପୁର ର ମାନେଶ୍ୱର ସ୍ଥିତ 100 କିଲୋୱାଟ୍ ସମ୍ପନ୍ନ ଟ୍ରାନ୍ସମିଟର ରୁ ଫିଡ଼ର ରୁ ବାରମ୍ବାର ତମ୍ବା କେବୁଲ ତାର ଚୋରି ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ବରିଷ୍ଠ ବିଜେପି ନେତୃବର୍ଗ ସୂର୍ଯ୍ୟ ପାଣିଗ୍ରାହୀ, ଦେଓକିରଣ ପଟ୍ଟନାୟକ ଓ ସରୋଜ ସାହୁ ପ୍ରମୁଖ ଏକ ପ୍ରେସ ବିବୃତ୍ତି ରେ ପ୍ରକାଶ କରିଛନ୍ତି l ଏହି କେବୁଲ ଚୋରି ଦ୍ୱାରା ଦୀର୍ଘ 3 ଦିନ ହେଲା ରେଡ଼ିଓ ରୁ ବଂଚିତ ହୋଇଛନ୍ତି ପ୍ରିୟ ରେଡ଼ିଓ ଶ୍ରୋତାଗଣ l ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ l ଆଜିର ଦିନରେ ରେଡ଼ିଓ ଏକ ସୂଚନା ଓ ମନୋରଞ୍ଜନ ର ବିଶେଷ ଆଧାର, ଯାହା ଦ୍ୱାରା ଲକ୍ଷ ଲକ୍ଷ ଶ୍ରୋତା ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାଣିପାରି ଥାଆନ୍ତି l ତେଣୁ ଏହି ଟ୍ରାନ୍ସମିଟର ରୁ ଚୋରି ର କାରଣ ଖୋଜିବାର ମଧ୍ୟ ଅତ୍ୟନ୍ତ ଜରୁରୀ ବୋଲି ନେତୃବର୍ଗ ମତ ପ୍ରକାଶ କରିବା ସହ ଏହି ଚୋରି ରେ ସମ୍ପୃକ୍ତ ବ୍ୟକ୍ତି ଙ୍କର ବିରୁଦ୍ଧରେ କଠୋର ଦଣ୍ଡବିଧାନ କରାଯିବାକୁ ସେମାନେ ଦାବୀ ଜଣାଇଛନ୍ତି l
ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ପ୍ରାୟ ଏହିପରି ଚୋରି ଏହି ଟ୍ରାନ୍ସମିଟର ରୁ ହେଉଛି, ଯେଉଁଥି ପାଇଁ ଛଅ ମାସ ପୂର୍ବରୁ ଲକ୍ଷାଧିକ ଟଙ୍କାରେ ଟ୍ରାନ୍ସମିଟର ର ସୁରକ୍ଷା ପାଇଁ ସି.ସି.ଟି.ଭି. ଲଗାଯାଉଛି l କିନ୍ତୁ, ନିୟମିତ ଭାବରେ ତଦାରଖ ଏହି ସବୁ ମୂଲ୍ୟବାନ ଯନ୍ତ୍ରପାତି ର ତଦାରଖ ମଧ୍ୟ୍ୟ କରାଯାଉ ନାହିଁ l ହେଲେ, ଏହି ନିୟମିତ ତମ୍ବା କେବୁଲ ଚୋରି ହେବା ଦ୍ୱାରା, ପ୍ରତି ଥର କୁ ଲକ୍ଷାଧିକ ଟଙ୍କା ର ସରକାରୀ ଅର୍ଥ ଖର୍ଚ୍ଚ କରାଯାଉଛି l
ଆଗାମୀ ଦିନରେ ଯେମିତି ଏହିପରି ଅଭାବନୀୟ ଘଟଣା ନ ଘଟୁ ସେଥିପ୍ରତି ଟ୍ରାନ୍ସମିଟର ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ଯତ୍ନଶୀଳ ହେବା ସହ, ପୋଲିସ ପ୍ରଶାସନ ଚୋରି ଘଟଣା ରେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ କରିବାକୁ ବିଜେପି ନେତୃବର୍ଗ ଦାବୀ ଜଣାଇଛନ୍ତି l