ମହାନଦୀ ଜଳ ବିବାଦ; ଆଜି ଟିକରପଡ଼ା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ଟ୍ରିବ୍ୟୁନାଲ ଟିମ୍


ଭୁବନେଶ୍ବର: ମହାନଦୀ ଜଳ ବିବାଦ ମାମଲା। ଛତିଶଗଡ ପରେ ଏବେ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଆଜି ଟିକରପଡ଼ା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ପ୍ରତିନିଧି ଦଳ । ଟିକରପଡ଼ା ପହଞ୍ଚିବା ପରେ ସାତକୋଶିଆ ଗର୍ଜ ସାଙ୍କଚୁଆରୀ, ସିଡବ୍ଲ୍ୟୁସି ହାଇଡ୍ରୋଲୋଜିକାଲ ଅବଜରଭେସନ୍ ସାଇଟ୍ ସହ ଟିକରପଡ଼ା ଡ୍ୟାମ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଗତକାଲି ଟ୍ରିବ୍ୟୁନାଲ ଟିମ୍ ନୂଆପଡ଼ା ଜିଲ୍ଲା ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିବା ସହ ସାହିପଲା ଓ ପତୋରା ଡ୍ୟାମର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରୁ ବାହାରି ଅପରାହ୍ନ ୨ଟାରେ ପତୋରା ପ୍ରକଳ୍ପରେ ପହଞ୍ଚିଥିଲେ । ପ୍ରକଳ୍ପ ପାଣି କେଉଁ ସ୍ଥାନକୁ ପ୍ରବାହିତ ହୁଏ, ଖରିଫ ଓ ରବି ଚାଷ ପାଇଁ କେତେ ପାଣି ଲାଗିଥାଏ ସେନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଜଷ୍ଟିସ ଏ ଏମ୍‌ ଖାନୱିଲକରଙ୍କ ନେତୃତ୍ବରେ ଟ୍ରିବ୍ୟୁନାଲ ଟିମ୍ ଏହି ସର୍ଭେ ସମୟରେ ୩୦ଟି ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।