Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲ ବ୍ଲକ୍ ସ୍ତରୀୟ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ ।

ବଲାଙ୍ଗୀର,୧୦/୧୨: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ ବୁଧବାର ଅପରାହ୍ନରେ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ତ୍ତା ରୂପେ ଆୟୋଜକ କମିଟି ଉପସଭାପତି ରମାରଞ୍ଜନ ପାତ୍ର ଓ ତାଙ୍କ ଧର୍ମପତ୍ନୀ ବିଶାଖା ପାତ୍ର ଦାୟିତ୍ଵ ତୁଲାଇଥିଲେ । ପୂଜକ ରୂପେ କାଶୀନାଥ ଦାସ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଅବସରରେ ସ୍ଥାନୀୟ ରାଧାକୃଷ୍ଣ ଓ ଶିବ ମନ୍ଦିରରୁ ମହିଳା ସଙ୍କୀର୍ତ୍ତନ୍ୟ ଦଳ ସହ ଶୋଭାଯାତ୍ରା ଧନୁଯାତ୍ରା ପଡିଆରେ ପହଞ୍ଚି ବିଧି ଅନୁସାରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା। ଆସନ୍ତା ଡ଼ିସେମ୍ବର ୧୭ ତାରିଖରୁ ସପ୍ତମ ବ୍ଲକ୍ ସ୍ତରୀୟ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଏହି ଅବସରରେ ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବାର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରହିଛି । ଏଥିସହ କଂସବଧ ନାଟକ ଓ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।ଶୁଭସ୍ତମ୍ଭ ସ୍ଥାପନ ବେଳେ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ତରୁଣ ପୋଡ଼, ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁରଙ୍କ ସହ ଆୟୋଜକ କମିଟିର ବରିଷ୍ଠ ସଦସ୍ୟ ଭରତ ଦାସ, କୁନ୍ତ ପୋଢ଼, ବିକି ମହାରଣା, ବାବୁଲାଲ କେତକୀ, ଗିରିଧାରୀ ସାହୁ ,ସୁଧାଂଶୁ ପୋଢ଼, ପଦ୍ମଲୋଚନ ସାହୁ, କରନ ଜାଲ, ବାବୁଲି ରାଉତ, ଉଦିତ କଟା, ଶିବା ରାଉତ, ରୋହନ ଜାଲ, ଯୋଗେନ୍ଦ୍ର ଥାଟି, ନରେନ୍ଦ୍ର ମାଝୀ ଓ ଧିରୁ ନାଗ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ