Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାନବାଙ୍କି ଗାଁରେ ୩୦ ଟିକିଆ ହାତୀପଲ ଆତଙ୍କ, ଘରୁ ଟାଣି ଆଣି ଜଣେ ମହିଳାଙ୍କୁ ଦଳିଦେଲା ହାତୀ ।

ବଲାଙ୍ଗୀର,୧୧/୧୨- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ଛତରଦାଣ୍ଡି ଜଙ୍ଗଲରେ ୩୦ ଟିକିଆ ହାତୀ ପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି । ଗତ କିଛିଦିନ ହେବ ଏହି ଅଞ୍ଚଳରେ ୩୦ ଟିକିଆ ହାତୀପଲ ଚଳ ପ୍ରଚଳ କରୁଥିବା ବେଳେ କେତେବେଳେ ଚାଷୀଙ୍କ ଫସଲ ତ ଆଉ କେତେ ବେଳେ ଗାଁ ଗାଁକୁ ଯାଇ ସ୍ଥାନୀୟ ଲୋକଙ୍କ ଘରଦ୍ୱାର ଭାଙ୍ଗୁଛନ୍ତି । ତେବେ ଗତ ରାତିରେ ତୁରେକେଲା ବ୍ଲକ୍ ବଡବାଙ୍କି ପଞ୍ଚାୟତ ଅଧୀନ ସାନବାଙ୍କି ଗ୍ରାମର ଜଣେ ମହିଳାଙ୍କୁ ଶୋଇ ଥିବା ଅବସ୍ଥାରେ ହାତୀ ଦଳି ଦେଇଛି । ମୃତକ ମହିଳା ଜଣକ ହେଉଛନ୍ତି ସାନବାଙ୍କି ଗାଁର ମନ୍ଦାର ପୁଟେଲ ବୋଲି ଜଣାପଡିଛି। ସନ୍ୟାନନ୍ଦ ପୁଟେଲ ଓ ତାଙ୍କ ପରିବାର ରାତିରେ ଘରେ ଥିବା ସମୟରେ ହାତୀ ଆକ୍ରମଣ କରିଥିଲେ। ମହିଳାଙ୍କ ଶ୍ୱଶୁର ଓ ସ୍ୱାମୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ବେଳେ ସେମାନେ ଆହତ ହୋଇଛନ୍ତି । ମୃତକଙ୍କ ୩ଟି ଶିଶୁ ଥିବାରୁ ମହିଳାଙ୍କ ମୃତ ପରେ ଅସହାୟ ହୋଇ ପଡ଼ିଛନ୍ତି । ଏନେଇ କ୍ଷତି ପୂରଣ ଦାବି କରିଛନ୍ତି ଅଞ୍ଚଳବାସୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ