ଫଳ ଦୋକାନରେ ଚୋରା ଗଞ୍ଜେଇ କାରବାର ; ମହିଳା ଗିରଫ !
ବଲାଙ୍ଗୀର,୧୧/୧୨: ଫଳ ଦୋକାନରେ ଚୋରା ଗଞ୍ଜେଇ କାରବାର । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ୧ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଅବକାରୀ ବିଭାଗର ସୂଚନା ଅନୁସାରେ ବିଳାସ ସାହୁ (୫୪) ଗୁଡିଘାଟ ରାସ୍ତା ପାର୍ଶ୍ୱରେ ଏକ ଫଳ ଦୋକାନ କରି ଗଞ୍ଜେଇ ବିକ୍ରୟ କରୁଥିବାର ବିଶେଷ ସୂତ୍ରରୁ ଖବର ପାଇଥିଲେ। ପୂର୍ବ ଯୋଜନା ଅନୁସାରେ ଆଜି ଦିନ ୧୨ଟା ସମୟରେ ଫଳ ଦୋକାନରେ ଚଢ଼ଉ କରି ଚୋରା ଗଞ୍ଜେଇ ଜବତ କରିବା ସହ ଉକ୍ତ ମହିଳାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ଚଢ଼ଉରେ ଇନ୍ସପେକ୍ଟର ସଚିନ ବେହେରାଙ୍କ ନେତୃତ୍ୱରେ ଏଏସଆଇ ହିଙ୍ଗୁଳା ଦାଶ ସମେତ କନେଷ୍ଟେବଳ ପ୍ରଫୁଲ୍ଲ କୁମାର ନାଗ,ରଞ୍ଜନ ମିଶ୍ର,ଚନ୍ଦନ କୁମାର ପଟେଲ, ଆଶିଷ କୁମାର ପଟେଲ ପ୍ରମୁଖ ସାମିଲ ଥିଲେ l

