କୂଅ ଭିତରୁ ଦନ୍ତା ହାତୀ ଉଦ୍ଧାର !
ବଲାଙ୍ଗୀର,୧୧/୧୨: କୂଅ ଭିତରୁ ଦନ୍ତା ହାତୀ ଉଦ୍ଧାର । ସୂଚନା ମୁତାବକ ଗତ କିଛିଦିନ ହେବ ଟିଟିଲାଗଡ ରେଞ୍ଜ ବର୍ଣି ନିକଟସ୍ଥ ଜଙ୍ଗଲକୁ ୩୦ ଟିକିଆ ହାତୀପଲ ଆସିଥିଲେ । ଆଜି ଟିଟିଲାଗଡ ରେଞ୍ଜ ସ୍ଥିତ ଧରବଗଡ ଗୋଏଲଭାଡି ସ୍ଥିତ ଏକ ଜଙ୍ଗଲର ଚାଷ ଜମି ନିକଟରେ ଥିବା ଏକ କୂଅରେ ଏକ ଦନ୍ତା ହାତୀ ଗତ ରାତିରେ ପଡିଯାଇଥିଲା। ତେବେ ଆଜି ସକାଳୁ କୂଅକୁ ଲାଗିଥିବା ଚାଷ ବିଲକୁ ଲୋକେ ଗଲା ବେଳେ ହାତୀ ଚିତ୍କାର କରୁଥିବା ଦେଖିଥିଲେ । ପରେ ସେମାନେ ଏନେଇ ଟିଟିଲାଗଡ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବଡ଼ମାଳ ଓ ଟିଟିଲାଗଡ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଦନ୍ତା ହାତୀକୁ କୂଅ ଭିତରୁ ଉଦ୍ଧାର କରିଛି।

