Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟରେ ପୃଥକ୍‌ ଭାବେ କରାଯିବ ବାଘ-ହାତୀ ଗଣନା; ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା ପାଇଁ ମାସକ ଭିତରେ ପ୍ରସ୍ତୁତ ହେବ ଆକ୍ସନପ୍ଲାନ୍

ଭୁବନେଶ୍ୱର: ଏଣିକି ପୃଥକ୍‌ ଭାବେ ହେବ ବାଘ ଓ ହାତୀ ଗଣନା। ଏ ନେଇ ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ। କାରଣ ପୂର୍ବରୁ ବାଘ ଓ ହାତୀ ଗଣନା ହେଉଥିଲେ ବି ଏହାର ରିପୋର୍ଟ ଆସିବାରେ ସମସ୍ୟା ହେଉଛି। ଏଣୁ ବନ୍ୟପ୍ରାଣୀଙ୍କ ପ୍ରକୃତ ସଂଖ୍ୟା ବିଷୟରେ ଜାଣିହେଉନି। ତେଣୁ ରାଜ୍ୟ ସରକାର ନିଜ ତରଫରୁ ପୃଥକ୍‌ ଭାବେ ଗଣନା କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ମନ୍ତ୍ରୀ। ଏଥିପାଇଁ ଯେତିକି ଅର୍ଥ ବ୍ୟୟ ହେବ ସେସବୁ ରାଜ୍ୟ ସରକାର ବହନ କରିବେ। ପୂରା କେନ୍ଦ୍ରୀୟ ଢାଞ୍ଚାରେ ହିଁ ହାତୀ ବାଘର ଗଣନା ହେବ ବୋଲି କହିଛନ୍ତି ମନ୍ତ୍ରୀ। ଏଥିସହିତ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଲାଗି ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ମାସକ ଭିତରେ ଏ ନେଇ ଆକ୍ସନପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନା ଅନୁସାରେ, ହାତୀ ଗଣନା ପ୍ରତି ୫ବର୍ଷରେ ଥରେ ହୁଏ। ସେହି ଅନୁସାରେ ୨୦୨୨ରେ ହାତୀ ଗଣନା କାର୍ଯ୍ୟ ହେବା କଥା କିନ୍ତୁ ତାହା ହୋଇପାରିନାହିଁ। ତେବେ ୨୦୨୨ରେ ହୋଇଥିବା ବାଘ ଗଣନା ରିପୋର୍ଟ ଚଳିତବର୍ଷ ପ୍ରକାଶ ପାଇଛି। କିନ୍ତୁ ଆମ ରାଜ୍ୟରେ କେତେ ବାଘ ଅଛନ୍ତି ସେ ରିପୋର୍ଟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେଣୁ ରାଜ୍ୟରେ ବ୍ୟନ୍ୟପ୍ରଣୀର ଉପସ୍ଥିତି ଠିକ୍ ଭାବରେ ଜଣାପଡ଼ୁ ନାହିଁ ବୋଲି ରାଜ୍ୟ ସରକାର ପ୍ରତି ବର୍ଷ କିମ୍ବା ଦୁଇ ବର୍ଷରେ ଥରେ ରାଜ୍ୟରେ ହାତୀ ଓ ବାଘ ଗଣନା କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଏହା ପୂର୍ବରୁ ପୃଥକ୍‌ ଭାବେ ବାଘ ଗଣନା କରୁଥିଲେ ରାଜ୍ୟ ସରକାର। କିନ୍ତୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଏହାପରେ ବ୍ୟାଘ୍ର ଗଣନା କାର୍ଯ୍ୟ ବନ୍ଦ କରାଯାଇଥିଲା। ଏହାକୁ ପୁନଶ୍ଚ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ କହିଛନ୍ତି।