Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଦିନ ୧୧.୩୦ ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଅସମ୍ଭାଳ ତାତିରେ ଛଟପଟ ହେଉଛି ସାରା ରାଜ୍ୟ। ଆଜି ସକାଳ ୧୧.୩୦ ସୁଦ୍ଧା ସମ୍ବଲପୁର ୪୨ ଡିଗ୍ରୀ ତାପମାତ୍ରା ସହ ରେକର୍ଡ କରିଛି।
ଏହାସହିତ ଝାରରସୁଗୁଡା ଏବଂ ହିରାକୁଦରେ ତାପମାତ୍ରା ୩୯.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଚାନ୍ଦବାଲିରେ ୩୯ ଡିଗ୍ରୀ ଭୁବନେଶ୍ୱର ୩୮.୨ ଡିଗ୍ରୀ ଏବଂ କେନ୍ଦୁଝରରେ ୩୮.୧ ଡିଗ୍ରୀ ରହିଛି।

ସୂଚନା ଅନୁଯାୟୀ, ଆଗକୁ ଆହୁରି ବଢିବ ତାତି। ଆଗାମୀ ୫ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଏପରିକି ଦିନର ତାପମାତ୍ରା ସମ୍ବଲପୁରରେ ୪୪ ଡିଗ୍ରୀ ସେଲସିୟସ ଏବଂ ସୁନ୍ଦରଗଡରେ ୪୩ ଡିଗ୍ରୀ ସେଲସିୟସ ଛୁଇଁବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସେହିପରି ୬ଟି ସ୍ଥାନରେ ଝାରସୁଗୁଡା, ବୌଦ୍ଧ, ଟିଟଲାଗଡ, ରାଉରକେଲା, ବଲାଙ୍ଗୀର ଏବଂ ଅନୁଗୁଳରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରାଯାଇଛି। ଏହାସହିତ ଭୁବନେଶ୍ୱର ଏବଂ କଟକରେ ତାପମାତ୍ରା ୪୧ ଡିଗ୍ରୀ ଟପିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories