Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁଯାତ୍ରା ମହୋତ୍ସବ କମିଟୀର ସାମ୍ବାଦିକ ସମ୍ମିଳନୀ ; ୧୭ ରୁ ମୁରିବାହାଲ(ମଥୁରା ନଗରୀ)ରେ କଂସ ରାଜୁତି !

ବଲାଙ୍ଗୀର,୧୫/୧୨ : ଆସନ୍ତା ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଗୋଟିଏ ସପ୍ତାହ ବ୍ୟାପୀ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ମୁଖ୍ୟାଳୟରେ ମଥୁରାଧିପତି ମହାରାଜ କଂସଙ୍କ ରାଜୁତି ଚାଲିବ ।
ଏନେଇ ଆଜି ମୁରିବାହାଲ ବ୍ଲକ୍ ସ୍ତରୀୟ ଧନୁଯାତ୍ରା ମହୋତ୍ସବ ଆୟୋଜକ କମିଟୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅୟୋଜନ କରାଯାଇ ଏଥିରେ ସୂଚନା ପ୍ରଦାନ କରାଯାଇଛି ।
ଦୀର୍ଘ ସାତ ଦିନ ବ୍ୟାପୀ ଏହି ଧନୁଯାତ୍ରା ମହୋତ୍ସବରେ ପ୍ରତିଦିନ ସନ୍ଧ୍ୟାରେ ମଥୁରା ନଗରୀ ଭାବେ ପରିଗଣିତ ହେବାକୁ ଥିବା (ମୁରିବାହାଲ)ରେ କଂସ ଦରବାର ରଙ୍ଗ ସଭା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନାବଜାରର ଆୟୋଜନ କରାଯାଇଛି ।
ସେହିପରି ଗୋପପୁର ଭାବେ ପରିଗଣିତ ହେବାକୁ ଥିବା ମୁରିବାହାଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ (ବନବାହାଲ) ରେ କୃଷ୍ଣଙ୍କ ଜନ୍ମ ସହ ବାଲ୍ୟ ଲୀଳାଖେଳା, ନାବକେଳୀ, କାଳିଆ ଦଳନ ଅନୁଷ୍ଠିତ ହେବ ।
ଏଥିସହ ଏହି ଅବସରରେ ଅଞ୍ଚଳର ଦର୍ଶକ ତଥା ଜନସାଧାରଣଙ୍କ ମନୋରଞ୍ଜନ ସକାଶେ ଅପେରା ଯାତ୍ରା ଦରବାରର ଆୟୋଜନ କରାଯାଇଥିବା ନେଇ ଧନୁଯାତ୍ରା ପରିଚାଳନା କମିଟି ପକ୍ଷରୁ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କମିଟୀର ସଭାପତି ତରୁଣ କୁମାର ପୋଢ଼ଙ୍କ ସମେତ କାର୍ଯ୍ୟକାରୀ ସଭାପତି ରମେଶ ନାଗ, ସୁଦାମ ସାହୁ, ରାଜୀବ ମହାନ୍ତି, ସୁଦାମ ବଘାର, ପ୍ରଫୁଲ୍ଲ କୁମାର ବଘାର, ତରଣୀସେନ ମେହେର, ଉପସଭାପତି ବିଶ୍ଵବିହାରୀ ଯୋଶୀ, ରମାରଞ୍ଜନ ପାତ୍ର, ନାରାୟଣ ସାହୁ, ଶ୍ୟାମ ସୁନ୍ଦର ଝାଙ୍କର, ଦିବ୍ୟ ସୁନ୍ଦର ସାହୁ, ଲକ୍ଷ୍ମୀକାନ୍ତ ଧରୁଆ , ସୁବ୍ରତ ମହାକୁର, ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁର, କୋଷାଧ୍ୟକ୍ଷ ଭରତ ଦାସ, ପଦ୍ମଲୋଚନ ସାହୁ, ସଂଯୋଜକ ସୁଧାଂଶୁ ପୋଢ଼ ଯାଦବ, ବିକି ମହାରଣା, ଉଦିତ କଟା, ଗୋପପୁର ପ୍ରମୁଖ ତୁଳସୀ ସାହୁ, ହୃଦାନନ୍ଦ ସାହୁ, ସହ ସଂପାଦକ ପ୍ରେମାନନ୍ଦ ମାଝୀ, ଆବାହକ କୁନ୍ତ ପୋଢ଼, ବାବୁଲାଲ କେତକୀ, ଉପଦେଷ୍ଟା ମଧୁସୂଦନ ନାଗ, ସାଂସ୍କୃତିକ ସମ୍ପାଦକ ପ୍ରମୁଖ ନେପାଳ ସାହୁ ଓ ସୁଦର୍ଶନ ଦୀପ, ସାଂସ୍କୃତିକ ସମ୍ପାଦକ ବୈରାଷ୍ଟ୍ର ପୋଢ଼, କରନ ଜାଲ, ଯୋଗେନ୍ଦ୍ର ଥାଟି, ପ୍ରଚାର ପ୍ରସାର କମିଟିର କେଦାର ବଡ଼ଜେନା, ଗିରିଧାରୀ ସାହୁ ଏବଂ ଅଭିନାଶ ଭୋଇ ଏବଂ କମିଟିର ସଦସ୍ୟ ଦୁର୍ଯ୍ୟୋଧନ ନାଗ, ଯଦୁ ସାହୁ , ବାବୁଲି ରାଉତ, ଅଜିତ୍ ବାଗ, ଗୋବିନ୍ଦ ସେଠ୍ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ