Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିସ୍‌ରେ ଛାତ୍ରକୁ ହତ୍ୟା କରାଯାଇଛି; ସ୍ପଷ୍ଟ କଲେ ପୋଲିସ କମିଶନର

Oplus_16908288

ଭୁବନେଶ୍ୱର: କିସ୍‌ରେ ଛାତ୍ରକୁ ହତ୍ୟା କରାଯାଇଛି ବୋଲି ସ୍ପଷ୍ଟ କଲେ ପୋଲିସ କମିଶନର। ଏନେଇ ପ୍ରେସମିଟ୍‌ରେ ସ୍ପଷ୍ଟ କଲେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ। ‘ଜୋକର ଗ୍ୟାଙ୍ଗ’ କରି କିଛି ଛାତ୍ର ତଣ୍ଟି ଚିପି ମାରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ବେକ ଚାପି ହତ୍ୟାର ପ୍ରମାଣ ମିଳିଛି। ଅବହେଳା ପାଇଁ କିସ୍‌ର ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଜଣେ ଅତିରିକ୍ତ ସିଇଓ, ଟିଜିଟି, ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି । କେନ୍ଦୁଝର ଟାଉନ ଥାନାରେ ଜିରୋ ଏଫ୍‌ଆଇଆର୍‌ ହୋଇଥିଲା। ଏଥିସହ ୩ ନାବାଳକ ଛାତ୍ର ମଧ୍ୟ ଅଟକ ଥିବା ନେଇ ପ୍ରେସ୍‌ ରିଲିଜ୍‌ରେ ସୂଚନା ମିଳିଛି।

ସୂଚନାଯୋଗ୍ୟ, ମୃତକ ଜଣକ ଭୁବନେଶ୍ଵରର ଏକ ଘରୋଇ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲା। ସୂଚନା ଅନୁସାରେ, ସ୍କୁଲ କର୍ତ୍ତୃପକ୍ଷ ମୃତ ପିଲାର ଘର ଲୋକଙ୍କୁ ଫୋନ କରି ପୁଅ ବାଥରୁମରେ ପଡି ଗୋଡ ଭାଙ୍ଗି ଯାଇଛି ବୋଲି ସୂଚନା ଦେବା ସହିତ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କହିଥିଲେ। ଏହା ଶୁଣିବା ପରେ ମୃତ ଛାତ୍ରଙ୍କ ବାପା କେନ୍ଦୁଝରରୁ ଭୁବନେଶ୍ଵରରେ ଆସି ପହଞ୍ଚିଥିଲେ। କିନ୍ତୁ ପୁଅକୁ ଦେଖିବା ପରେ ହତବାକ ହୋଇଯାଇଥିଲା ବାପା। ତାଙ୍କୁ ପୁଅର ମୃତଦେହ ଧରାଇ ଘରକୁ ନେଇଯିବାକୁ କୁହାଯାଇଥିଲା। ଏପରିକି ମେଡିକାଲ ଟ୍ରିଟମେଣ୍ଟ କାଗଜପତ୍ର ମଧ୍ୟ ତାଙ୍କୁ ହସ୍ତାନ୍ତର କରିନଥିଲେ। ଘରଲୋକ ଛାତ୍ରଙ୍କ ବେକ ଓ ହାତରେ ଅନେକ ରଶିର ଦାଗ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଘରଲୋକ ପୁଅକୁ ହତ୍ୟା କରାଯାଇଛି ବୋଲି କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ