Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲ ବ୍ଲକ୍ ସ୍ତରୀୟ ସପ୍ତମ ବର୍ଷ ଧନୁଯାତ୍ରା ମହୋତ୍ସବ ଉଦଘାଟିତ; ଉଦଘାଟନୀ ରଜନୀରେ ରାଜା ଉଗ୍ରସେନଙ୍କ ରାଜୁତି, ଦୂର୍ମିଲା ସୁର ବଧ ଏବଂ ମହର୍ଷି ନାରଦ ଙ୍କ ଦ୍ଵାରା କଂସଙ୍କ ସମ୍ବାଦ ମଞ୍ଚସ୍ଥ !

ବଲାଙ୍ଗୀର,୧୭/୧୨: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ମୁଖ୍ୟାଳୟରେ ବୁଧବାର ମୁରିବାହାଲ ସପ୍ତମ ବର୍ଷ ବ୍ଲକ୍ ସ୍ତରୀୟ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇ ଯାଇଛି । ଏହି ମହୋତ୍ସବର ଉଦଘାଟନୀ ଦିବସରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ୍ ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହାକୁ ଉଦଘାଟନ କରିଥିଲେ । ସେହିପରି ଏଥିରେ ସ୍ଥାନୀୟ ରେଞ୍ଜର ଶିବ ପ୍ରସାଦ ନାଏକଙ୍କ ସମେତ ଜୁନିୟର କଲେଜ୍ ଅଧ୍ୟକ୍ଷ ଡ ରମେଶ ଚନ୍ଦ୍ର ମହାନନ୍ଦ, ସରପଞ୍ଚ ବିଶ୍ବବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ରାଜ୍ୟସଭା ସାଂସଦ ପ୍ରତିନିଧି ସିଦ୍ଧେଶ୍ୱର ଦାସ, ମଠାଧୀଶ ସୁଶୀଲ ତ୍ୟାଗୀ, ସହକାରୀ କୃଷି ଅଧିକାରୀ ଗୁଲସନ୍ ମହନ୍ତ, ଏଟିଏମ୍ ବିଶ୍ଵ ରଞ୍ଜନ ବେହେରା ଏବଂ ସାମ୍ବାଦିକ ଭଗବାନ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ତରୁଣ କୁମାର ପୋଢ଼ ସଭାପତିତ୍ବ କରିଥିଲେ । ସାଧାରଣ ସମ୍ପାଦକ ଦୂର୍ଗାନନ୍ଦ ମହାକୁର ସଂଯୋଜନା କରିଥିବା ବେଳେ ଉପ ସଭାପତି ନିରଞ୍ଜନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ମହୋତ୍ସବର ଉଦଘାଟନୀ ଦିବସର ରଜନୀରେ ରାଜା ଉଗ୍ରସେନଙ୍କ ରାଜୁତି, ଦୂର୍ମିଲା ସୁର ବଧ ଏବଂ ମହର୍ଷି ନାରଦ ଙ୍କ ଦ୍ଵାରା କଂସଙ୍କ ସମ୍ବାଦ ମଞ୍ଚସ୍ଥ ହୋଇଥିବା ବେଳେ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରର, ବସ୍ତି ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଜୁନିୟର କଲେଜ୍ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ