ସମ୍ବଲପୁରରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ !


ପ୍ରବଳ ରୌଦ୍ରତାପ ଜନିତ କାରଣରୁ ସମ୍ବଲପୁର ଜିଲ୍ଲାରେ ଆଜି ଜଣେ ଯୁବ ଉଦ୍ୟୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ଯୁଯୋମୁରା ବ୍ଲକ ବାହାମ ପଞ୍ଚାୟତ ବାହାମ ଗ୍ରାମର ୪୮ ବର୍ଷିୟ ସମୀର ବିଶ୍ୱାଳ ଏହାର ଶୀକାର ହୋଇଥିବା ନେଇ ଚର୍ଚା ହେଉଛି । ସମୀର ଜଣେ ସାମାଜିକ ଚିନ୍ତାଧାରାର ଓ ଜଣେ ସଫଳ ଚାଷୀ ହିସାବରେ ଅଞ୍ଚଳରେ ତାଙ୍କରି କ୍ଷାତି ରହିଛି। ଆଜି ସକାଳେ ଜମିକୁ ଯାଇ ମଧ୍ୟାହ୍ନରେ ଘରକୁ ଫେରି ନିଜତ ନିତ୍ୟ କର୍ମ ସାରି ଖାଇ ବିଶ୍ରାମ ନେବାକୁ ଯାଇ ହଠାତ୍ ବେହୋସ୍ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ପରିବାର ଲୋକେ ବୁର୍ଲା ଭିମସାରକୁ ନେଇଯିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହା ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ନେଇ ଶବକୁ ସଂରକ୍ଷିତ ରଖାଯାଇଛି । ଆସନ୍ତା କାଲି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କଲାପରେ ଯାଇ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି । ଏଠାରେ ସୂଚନା ଯୋଗ୍ୟଯେ ସମୀର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିବା ବେଳେ ତାଙ୍କର ନିଜସ୍ୱ ଉଦ୍ୟମ ପାଇଁ ଅଞ୍ଚଳରେ ତାଙ୍କର ସୁନାମ ରହିଛି । ଏହି ଆକସ୍ମିକ ମୃତ୍ୟକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।