Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶୀତଳଷଷ୍ଠୀ ଯାତ୍ରା ସମୟରେ ଫ୍ଲାଇଓଭର ବନ୍ଦକୁ ନେଇ ପ୍ରତିକ୍ରିୟା

ସମ୍ବଲପୁର ; ଶୀତଳଷଷ୍ଠୀ ଯାତ୍ରା ସମ୍ବଲପୁର ସହରର ସବୁଠୁ ବଡ଼ ଯାତ୍ରା l ଏହି ସମୟରେ ମୁଖ୍ୟତଃ ସହରରେ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହୋଇଥାଏ l ଆଖ ପାଖ ଜିଲ୍ଲା ରୁ ତଥା ରାଜ୍ୟ ବାହାରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ମହାପ୍ରଭୁ ଶିବ ଓ ମାତା ପାର୍ବତୀ ଙ୍କର ବିବାହ ପରେ ସହର ପରିକ୍ରମା ଯାତ୍ରା କୁ ଦର୍ଶନ କରିବାକୁ ଆସି ଥାଆନ୍ତି l ଏହି ଦୁଇଦିନ ସହରରେ ଯାନବାହାନ ଚଳାଚଳ ର ଘୋର ଅସୁବିଧା ର ସମ୍ମୁଖୀନ ହୋଇ ଥାଆନ୍ତି ଜନସାଧାରଣ l ଏହି ଜନସମାଗମ ସମୟରେ ଏହି ସହର ମଧ୍ୟରେ ନବନିର୍ମିତ ଫ୍ଲାଇଓଭର ଏନେକାଂଶ ରେ ଗମନାଗମନ ରେ ସହାୟକ ହୋଇଥାନ୍ତା l କିନ୍ତୁ, ଦୁର୍ଭାଗ୍ୟ ର ବିଷୟ, ଏହି ଶୀତଳଷଷ୍ଠୀ ଯାତ୍ରା ର ସମୟରେ ଏହି ଫ୍ଲାଇଓଭର କୁ ଗମନାଗମନ ତଥା ଯାତାୟାତ କୁ ବାରଣ କରିବା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବା ଦୁର୍ଭାଗ୍ୟଜନକ ବିଷୟ ବୋଲି ବିଜେପି ର ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ ପ୍ରତିକ୍ରିୟା ରଖିଛନ୍ତି l
ଶ୍ରୀ ପାଣିଗ୍ରାହୀ ପ୍ରକାଶ କରୁଛନ୍ତି ଯେ, ବହୁ ବାଦବିବାଦ ସତ୍ୱେ ପ୍ରାୟ ୨00 କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇଥିଲା ଏହି ପ୍ରାୟ ୨ କିଲୋମିଟର ଦୀର୍ଘ ଏହି ଫ୍ଲାଇଓଭର l ହେଲେ ମନ ଇଛା ଜିଲ୍ଲା ପ୍ରଶାସନ ଏହି ଫ୍ଲାଇଓଭର ବ୍ରିଜ କୁ ବନ୍ଦ କରିଦେଉଛି l
ଏହି ଶୀତଳଷଷ୍ଠୀ ଯାତ୍ରା ସମୟରେ ନାହିଁନଥିବା ଜନ ସମାଗମ ହୁଏ, ଏବଂ ଜନସାଧାରଣ ଙ୍କ ଗମନାଗମନ ରେ ଏନେକ ବାଧା ସୃଷ୍ଟି ହୋଇଥାଏ l ଏହି ଫ୍ଲାଇଓଭର ଟି ଖୋଲା ଥିଲେ, ଅନ୍ତତଃ ପକ୍ଷେ ଏହି ଗମନାଗମନ ସମସ୍ୟା ର ସମାଧାନ ହୋଇପାରିଥାନ୍ତା ବୋଲି ଶ୍ରୀ ପାଣିଗ୍ରାହୀ ମତପୋଷଣ କରିଛନ୍ତି l
ଯଦି ବାରମ୍ବାର ମନମୁତାବକ ଏହି ଫ୍ଲାଇଓଭର କୁ ଖୋଲା ଆଉ ବନ୍ଦ କରିବାର ଥିଲା ତ ଏହି ବ୍ୟୟ ବହୁଳ ଫ୍ଲାଇଓଭର ନିର୍ମାଣ ର ଆବଶ୍ୟକତା କଣ ଥିଲା ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି l