Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଦଯାପିତ ହେଲା କଣ୍ଟାବାଞ୍ଜି ଲୋକ ମହୋତ୍ସବ; ଶେଷ ରଜନୀରେ ଦର୍ଶକଙ୍କୁ ଆକର୍ଷିତ କଳା ବିଭିନ୍ନ ଜିଲ୍ଲାର ପାରମ୍ପାରିକ ଏବଂ ସାଂସ୍କୃତିକ ଲୋକ କଳା।

ବଲାଙ୍ଗୀର,୨୨/୧୨: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଲୋକ ମହୋତ୍ସବ ଉଦଯାପିତ ହୋଇଯାଇଛି । ରବିବାର ଦିନ ଥିଲା ଏହି ମହୋତ୍ସବର ଶେଷ ରଜନୀ । ଶେଷ ରଜନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପାରମ୍ପାରିକ ଏବଂ ସାଂସ୍କୃତକ ଲୋକ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା । କଳାକାର ମାନଙ୍କ ପ୍ରଦର୍ଶିତ କଳା ଅତ୍ୟନ୍ତ ନିଖୁଣ ଏବଂ ଆକର୍ଷଣୀୟ ଥିଲା ।ଯୁଗଯୁଗାନ୍ତ ପାଇଁ ଏହି ୨୦୨୫ ସପ୍ତମ ବର୍ଷ ଲୋକ ମହୋତ୍ସବ ସ୍ମରଣୀୟ ହୋଇ ରହିବ ବୋଲି କଳ୍ପନା ଜଳ୍ପନା କରାଯାଉଛି । ରାୟଗଡ଼ାର ଗୁପ୍ତେଶ୍ଵର ଟୀକା ଗ୍ରୁପଙ୍କ ଢେମସା ନୃତ୍ଯ ପରିବେଷଣ କରିଥିଲେ । ବଲାଙ୍ଗିରର ଗୌର ପ୍ରସାଦ ମହାପାତ୍ରଙ୍କ ପଞ୍ଚମ ଗ୍ରୁପ ପକ୍ଷରୁ ନବଦୁର୍ଗା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।ବରଗଡ଼ର ଫୁଲ ଗଜରା ନୃତ୍ୟ ପରିବେଷଣ କରିଥିଲେ ।ଟିଟିଲାଗଡ଼ର ବୀଣାପାଣି ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ପକ୍ଷରୁ ଆକର୍ଷଣୀୟ କଲା ପ୍ରଦର୍ଶନ କରିଥିଲେ । ସେହିପରି ମୁରିବାହାଲର ସୁଦର୍ଶନ ଦୀପଙ୍କ ଆଦିବାସୀ ପାରମ୍ପରିକ ଢାପ ବାଜା ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଅମର ବାଗଙ୍କ ଜ୍ଞାନ ଭାରତୀ ପ୍ଲସ ଟୁ କଲେଜର ଛାତ୍ରୀ ମାନେ ବହୁ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଦିଶା ଇଂଲିଶ ମିଡିୟମ ସ୍କୁଲର ଛାତ୍ରଛାତ୍ରୀ ମାନେ ମଧ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ଜେ.ଏମ.ଜି. ଇଂଲିଶ ମିଡିୟମ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ କଲା ଶୀତ କାକରରେ ମଧ୍ୟ ଦର୍ଶକଙ୍କୁ ମଞ୍ଚରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୋରଞ୍ଜନର ଖୋରାକ ଯୋଗାଇଥିଲା।
କୋଭିଡ ମହାମାରୀ(କରୋନା) କାଳରେ ଏହି କଣ୍ଟାବାଞ୍ଜି ଲୋକ ମହୋତ୍ସବ ବନ୍ଦ ହୋଇ ରହିଯାଇଥିଲା । ଏହି ଲୋକ ମହୋତ୍ସବକୁ ବରିଷ୍ଠ କଳାକାର ଶ୍ରୀ ଅଜୟ ଦାସ ୨୦୧୩ ମସିହାରେ ଆରମ୍ଭ କରିଥିଲେ । ଦୁର୍ଭାଗ୍ୟ ବଶତଃ ୨୦୧୯ ମସିହାରେ କୋଭିଡ ମହାମାରୀ କଟକଣା ହେତୁ ଲୋକ ମହୋତ୍ସବ ବନ୍ଦ ହୋଇଯାଇଥିଲା । ଚଳିତ ବର୍ଷ ସ୍ଥାନୀୟ ନାଗରିକ ମାନଙ୍କ ପୁନଃ ପ୍ରଚେଷ୍ଟାରେ ଏହି କଣ୍ଟାବାଞ୍ଜି ଲୋକ ମହୋତ୍ସବ ପୁନର୍ଜୀବିତ ହେବା ସହ ୭ମ ବର୍ଷ କଣ୍ଟାବାଞ୍ଜି ଲୋକ ମହୋତ୍ସବ ସଫଳ ହୋଇଛି ।
ପ୍ରଚଣ୍ଡ ଶୀତ କାକରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କଳାକାର ମାନେ ନିଜ କଳା ପ୍ରଦର୍ଶନରେ ଦର୍ଶକ ମାନଙ୍କୁ ମନମୁଗ୍ଧ କରି ରଖିଥିଲେ ।
ଏହି ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜିର ବରିଷ୍ଠ ବିଜେଡ଼ି ନେତା ଗିରୀରାଜ ସିଂ ମାଝିଙ୍କ ସମେତ ସମାଜସେବୀ ରୁପେଶ ଜୈନ ପ୍ରମୁଖ ଯୋଗ ଦେଇଥିଲେ । ଲୋକ ମହୋତ୍ସବ କମିଟିର ସଭାପତି ଶ୍ରୀ ଅଶୋକ ଦାସ, ସାଧାରଣ ସମ୍ପାଦକ ଶ୍ରୀ ଚିନ୍ମୟ କୁମାର ଯୋଶୀ, କାର୍ଯ୍ୟକାରୀ ସଭାପତି ବିନୟ ବିଭାର, ଉପାଧ୍ୟକ୍ଷ ଶ୍ରୀ ଦେବରାଜ ଯାଦବ ପ୍ରମୁଖ ମଞ୍ଚାସୀନ ଥିଲେ ।
ପ୍ରଥମ ରଜନୀରେ ୧୦ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ସାମିଲ ହୋଇଥିବା ବେଳେ ଦ୍ଵିତୀୟ ରଜନୀରେ ଦର୍ଶକଙ୍କ ସଂଖ୍ୟା ଦ୍ଵିଗୁଣ ଠାରୁ ଅଧିକା ହେଇଥିଲା । ସେହିପରି ଏହି ମହୋତ୍ସବର ଅନ୍ତିମ ରଜନୀରେ ପାଖାପାଖି ୨୫ ହଜାର ଦର୍ଶକ ସାମିଲ ହୋଇଥିଲେ । ତେବେ ଚଳିତ ବର୍ଷ ଅନେକ ବାଦ ବିବାଦ କଟକଣା ମଧ୍ୟରେ କଣ୍ଟାବାଞ୍ଜି ଲୋକ ମହୋତ୍ସବ ମଞ୍ଚ ସଫଳତା ହାସଲ କରିଛି । ଏହି ଅବସରରେ ଆୟଜକ କମିଟି ପକ୍ଷରୁ କାର୍ଯ୍ୟକାରି ବରିଷ୍ଠ ସାମ୍ବାଦିକ କଣ୍ଟାବାଞ୍ଜି ସମାଜ ପ୍ରତିନିଧି ଜୀବନାନନ୍ଦ ମହାନ୍ତି, କଣ୍ଟାବାଞ୍ଜି ପ୍ରମେୟ ପ୍ରତିନିଧି ବିମଳ ଦାସ, ଧରିତ୍ରୀ ପ୍ରତିନିଧି ଗୁରୁଦୟାଲ ହଂସ, ଓଟିଭି ପ୍ରତିନିଧି ଅନ୍ତିମ ପାଣିଗ୍ରାହୀ, ନିର୍ଭୟ ପ୍ରତିନିଧି ହରିଶ କୁମାର ବାରିକ, ନ୍ୟୁଜ ୧୮ ପ୍ରତିନିଧି ସୁରଦାସ ବାଗ, ଅର୍ଗସ ପ୍ରତିନିଧି ହୁଲେଶ୍ୱର ହଂସ ପ୍ରମୁଖ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା । ସପ୍ତାହ ବ୍ୟାପୀ କଳାକାର ଓ କମିଟିକୁ ରହିବା ପାଇଁ ଦେଇଥିବା ଜିଆର ପ୍ଲେସ ମାଲିକଙ୍କୁ ଲୋକ ମହୋତ୍ସବ କମିଟି ସଦସ୍ୟ ସମସ୍ତଙ୍କୁ ପରିଶେଷରେ ଧନ୍ୟବାଦ ଅର୍ପଣ କରିବା ସହ ସମ୍ମାନିତ କରାଯାଇଥିଲା ।
କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ତାଙ୍କ ପାରୁ ପର୍ଯ୍ୟନ୍ତ ଲୋକ ମହୋତ୍ସବ କମିଟିକୁ ସହଯୋଗ କରିବା ନେଇ ତାଙ୍କ ବକ୍ତବ୍ୟରେ କହିଥିଲେ । ସେହିପରି କଣ୍ଟାବାଞ୍ଜିର ବରିଷ୍ଠ ବିଜେଡ଼ି ନେତା ଗିରୀରାଜ ସିଂ ମାଝି ମଧ୍ୟ ସମସ୍ତ ପ୍ରକାର ଲୋକ ମହୋତ୍ସବକୁ ଆଗାମୀ ଦିନରେ ସାହାର୍ଯ୍ୟ କରିବି ବୋଲି ତାଙ୍କର ବକ୍ତବ୍ୟରେ କହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories