Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ସାଇଟ୍ କଲେଜରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ; ସମ୍ପାଦକ ଗିରଫ !

ବଲାଙ୍ଗୀର,୨୨/୧୨: ବଲାଙ୍ଗୀର ସଦାଇପାଲି ସ୍ଥିତ ସାଇଟ୍ ନର୍ସିଂ କଲେଜରେ ଜଣେ ମହିଳା କର୍ମଚାରୀଙ୍କୁ ସେହି କଲେଜର ସଂପାଦକ ତଥା ସେହି କଲେଜର ମାଲିକ ଶ୍ରୀକର ମିଶ୍ରଙ୍କ ପୁଅ ନାରାୟଣ ମିଶ୍ର ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ ହୋଇଥିଲା । ସଦର ଥାନା ପୋଲିସ ଏହି ଅଭିଯୋଗର ତଦନ୍ତ କରି ଆଜି କଲେଜର ସଂପାଦକ ନାରାୟଣ ମିଶ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣାକୁ ନେଇ ବଲାଙ୍ଗୀରରେ ଚର୍ଚ୍ଚା ଜୋର ଧରିଛି।
ଅଭିଯୋଗରୁ ପ୍ରକାଶ ଯେ, ସୁଶ୍ରୀ ନର୍ସିଂ କଲେଜରେ କଣ୍ଟିଲୋର ବୀଣାପାଣୀ ବେହେରା ନାମ୍ନୀ ଜଣେ ମହିଳା ୱାଡେନ୍ ଭାବରେ ଗତ ୨୦୨୩ ମସିହାରୁ କାମ କରି ଆସୁଥିଲେ। କଲେଜର ସୁପରିଟେନଡେଣ୍ଟ ଅଶୋକ ପଧାନଙ୍କ ଜରିଆରେ ସେ କାମ କରୁଥିଲେ। ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠାନର ସଂପାଦକ ନାରାୟଣ ମିଶ୍ର ବୀଣାପାଣୀଙ୍କୁ ନିଜ ଚାମ୍ବରକୁ ଡାକି ଯୌନ ନିର୍ଯ୍ୟାତନା ଦେଇଥିଲେ। ରୁମ୍ ଭିତରେ ବୀଣାପାଣିଙ୍କର ଶରୀରର ବିଭିନ୍ନ ଆପତ୍ତି ଜନକ ଅଙ୍ଗକୁ ଧରିବା ସହିତ ଆଶାଳୀନ ବ୍ୟବହାର କରିଥିବା ସହ ଏଥିରେ ସମ୍ପୃକ୍ତ ମହିଳା ଜଣକ ବିରୋଧ କରିବାରୁ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ବୋଲି ବୀଣାପାଣି ସଦର ଥାନାରେ ଲିଖିତ ଏତଲା ଦେଇଥିଲେ । ସଦର ଆଇଆଇସି ରାଜକୁମାର ବିଶ୍ୱାଳ ଏହି ଅଭିଯୋଗ ଆଧାରରେ ସଦର ଥାନା ମାମଲା କେଶ୍ ନମ୍ବର-୫୫୩/୨୦୨୫ ଦଫା-୭୪/୭୫/(୧),(ଆଇଆଇ), ୩୫୧ (୩) ବିଏନଏସରେ ରୁଜୁ କରି ତଦନ୍ତ କରିଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତ ନାରାୟଣ ମିଶ୍ରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିବା ଜଣାପଡିଛି। ସଦର ଏସଡିପିଓ ସରୋଜ ଉପାଧ୍ୟାୟଙ୍କୁ ପଚାରିବାରୁ ଅଭିଯୋଗ ଆଧାରରେ ଆଇଆଇସି ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ