ସମ୍ବଲପୁର ଶୀତଳ ଷଷ୍ଠୀରେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ସମ୍ବଲପୁର: ୪ ଶହ ବର୍ଷ ତଳର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଶ୍ରୀ ପ୍ରଧାନ ଆଜି ରାତିରେ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ସମ୍ବଲପୁର ଯାତ୍ରା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତାକାଲି ଦୁର୍ଗା ମଙ୍ଗଲମ, ଧର୍ମଶାଳା କ୍ଷେତରାଜପୁର, ଶାନ୍ତି ନଗର, ଜଗନ୍ନାଥ କଲୋନି, କୁଲୁଥକାନି, ସିନ୍ଦୁରପଙ୍କ, ଅଇଁଠାପାଲି, ଠାକୁରପଡା, ମୋଦିପଡା, ଝାରୁଆପଡ଼ା, ନନ୍ଦପଡା ଓ ହୀରାକୁଦ ସମେତ ଅନେକ ସ୍ଥାନରେ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେବେ । ଶେଷରେ ଶ୍ରୀ ପ୍ରଧାନ ସମଲେଶ୍ୱରୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଏହା ପରେ ମଇ ୨୬ ତାରିଖରେ ଶ୍ରୀ ପ୍ରଧାନ ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଆୟୋଜିତ ହେବାକୁ ଥିବା ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ବିଜେପି ମହଲରେ ଉତ୍ସାହ ପ୍ରକାଶ ପାଇଛି ।