Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାମ୍ପତ୍ୟ କଳହରୁ ହତ୍ୟା: ସ୍ତ୍ରୀଙ୍କୁ ନୃଶଂଶ ଭାବେ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ଵାମୀ

ଦେଓଗାଁ, ୨୫।୧୨: ବଲାଙ୍ଗିର ଜିଲ୍ଲାର ଦେଓଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀକୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ। ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲାର ଦେଓଗାଁ ଥାନା ଅନ୍ତର୍ଗତ ଗାଇବାହାଲ ପଞ୍ଚାୟତର ଜୂର୍ଲା କାନି ଗାଁରେ ଏଭଳି ଘଟଣା ଘଟିଛି। ଉଭୟ ସ୍ୱାମୀ ମାଧବ ମଲ୍ଲିକ ଏବଂ ସ୍ତ୍ରୀ ତପଙ୍କ ମଧ୍ୟରେ ରାତିରେ ଝଗଡା ହୋଇଥିଲା। ଝଗଡା କ୍ରମେ ତୀବ୍ର ରୂପ ନେଇଥିଲା ଏବଂ ରାଗରେ ଉତ୍ତେଜିତ ମାଧବ ସ୍ତ୍ରୀ ତପଙ୍କୁ ଟାଙ୍ଗିଆରେ ହାଣି ଏହି ହତ୍ୟାକାଣ୍ଡ ଘଟାଇଥିଲା। ହତ୍ୟା କରି ସାରିବା ପରେ ମୃତଦେହକୁ ନେଇ ଫୋପାଡ଼ି ଦେବାକୁ ଚେଷ୍ଟା କରୁଥିବା ସମୟରେ ସମ୍ପର୍କୀୟ ଭାଇଙ୍କ ସାମ୍ନାରେ ଧରା ପଡିଯାଇଥିଲେ।

ତେବେ ହତ୍ୟାକାଣ୍ଡ ଘଟଣା ପରେ ଅଭିଯୁକ୍ତ ସ୍ଵାମୀଙ୍କୁ ଗିରଫ କରିଛି ପୋଲିସ। ମାଧବ ମଲ୍ଲିକ ଅସୁସ୍ଥ ଥିବାରୁ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ ଏବଂ ଘଟଣା ସ୍ଥଳରେ ଦେଓଗାଁ ପୁଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ତପଙ୍କ ମୃତ ଶରୀରକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଅଭିଯୁକ୍ତ ମାଧବ ମଲ୍ଲିକକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ