Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ୱାଇଁଙ୍କୁ ଜବରଦସ୍ତ ବିଷ ପିଆଇଲେ ଶାଶୁରଘର;ଗୁରତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରି ଘଟଣାସ୍ଥଳରୁ ହେଲେ ଫେରାର

ନୟାଗଡ଼,୨।୧: ଜ୍ୱାଇଁଙ୍କୁ ଜବରଦସ୍ତ ବିଷ ପିଆଇଦେଲେ ଶ୍ୱଶୁରଘର | ତେବେ ଏହି ଘଟଣା ଘଟାଇବା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ନେଇ ଭର୍ତ୍ତି କରିଥିଲେ | ଏବଂ ଜ୍ୱାଇଁ ବିପିନଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେବା ପରେ ସେଠାରୁ ଫେରାର ହୋଇ ଯାଇଥିଲେ | ପରିବାର ଲୋକ ପହଞ୍ଚି ବିପିନଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ନ ଆସିବା ଦେଖି ତାଙ୍କୁ ଭୁବନେଶ୍ୱରର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ | ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିପିନଙ୍କ ମୃତ୍ୟୁ ହୋଇଛି | ନୟାଗଡ଼ ଜିଲ୍ଲା ରଣପୁରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି |

ସୂଚନା ଅନୁସାରେ, ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଖତିଆ ଗଁ|ର ବିପିନ,ନୟାଗଡ଼ ସଦର ଥାନା ଅନ୍ତର୍ଗତ ଆଟିକାପୋଡି ଗାଁର ବର୍ଷା(୨୧)ଙ୍କୁ ୯ ମାସ ପୂର୍ବରୁ ବିବାହ କରିଥିଲେ। ତେବେ ବିବାହର କିଛି ଦିନ ପରେ ବର୍ଷା ଏବଂ ବିପିନଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ପରେ ବର୍ଷା ରାଗି ତାଙ୍କ ବାପଘରକୁ ଚାଲିଯାଇଥିଲେ। ସୂଚନା ମୁତାବକ ଗତ ଡ଼ିସେମ୍ବର ୩୦ ତାରିଖରେ ବିପିନ ଶ୍ୱଶୁର ଘରକୁ ଯାଇଥିଲେ। ଏବଂ ସେଠାରେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଜୋରେ ଗଣ୍ଡଗୋଳ ହୋଇଥିଲା। ଫଳରେ ଗଣ୍ଡଗୋଳରେ ଉତ୍ତେଜିତ ହୋଇ ବିପିନଙ୍କ ଶଶୁର ଘର ଲୋକ ତାଙ୍କୁ ଜବରଦସ୍ତ ବିଷ ପିଆଇଥିଲେ। ତେବେ ଏହାପରେ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ନେଇ ଭର୍ତ୍ତି କରିଥିଲେ। ମେଡିକାଲରେ ଭର୍ତ୍ତି କରି ସାରି ସ୍ତ୍ରୀ ବର୍ଷାଙ୍କ ଘର ଲୋକ ବିପିନଙ୍କ ପରିବାରକୁ ଖବର ଦେଇଥିଲେ। ତେବେ ଏହାପରେ ବିପିନଙ୍କ ମେଡିକାଲକୁ ଆସିବା ପୂର୍ବରୁ ବର୍ଷାଙ୍କ ଘର ଲୋକ ସେଠାରୁ ଫେରାର ହୋଇଯାଇଥିଲେ। ବିପିନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କ ପରିବାର ଲୋକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି। ତେବେ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ |

ମୃତ୍ୟୁ ପୂର୍ବରୁ ତାଙ୍କୁ ବିଷ ପିଆଇଥିବା କାହାଣୀର ବର୍ଣ୍ଣ କରିଛନ୍ତି | କିପରି ଭାବେ ତାଙ୍କ ଶଶୁର ଘର ଲୋକ ତାଙ୍କୁ ଜବରଦସ୍ତ ବିଷ ପିଆଇ ମାରିବାକୁ ଉଦ୍ୟମ କରୁଥିଲେ ତାର ସମ୍ପୂର୍ଣ୍ଣ କାହାଣୀ ସେ ବର୍ଣ୍ଣନା କରିଛନ୍ତି | ଯାହାର ୧ ମିନିଟ୍‌ ୪୮ ସେକେଣ୍ଡର ସମୟର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି | ମୃତ୍ୟୁ ପୂର୍ବରୁ ଭିଡିଓରେ ବିପିନ କହିଛନ୍ତି, ମୋ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକ ୮ ଦିନ ହେଲା ମୋ ସହ କଥା ହେଉ ନ ଥିଲେ। କଥା ହେବା ପାଇଁ ପ୍ରାୟ ୫୦ ହଜାରରୁ ୧ ଲକ୍ଷ ଟଙ୍କା ମୋତେ ମାଗିଥିଲେ। ମୁଁ ୫୦ ହଜାର ଟଙ୍କା ନେଇ ଶ୍ୱଶୁର ଘରକୁ ଯାଇଥିଲି। କିନ୍ତୁ ସେଠାରେ ପହଞ୍ଚିବା ପରେ, ଶ୍ୱଶୁର, ଧରମ ଶ୍ୱଶୁର ଓ ଅନ୍ୟ ଜଣେ ମୋତେ ମାରପିଟ୍‌ ପରେ ଥଣ୍ଡାରେ ବିଷ ମିଶାଇ ଜବରଦସ୍ତ ପିଆଇଥିଲେ | ଏବଂ ପରେ ମୋ ବାପାଙ୍କୁ ଫୋନକରି ତୁମ ପୁଅ ବିଷ ପିଇଛି ବୋଲି ମିଛ କହିଥିଲେ ବୋଲି ଏକ ଭିଡିଓ ଭାଇରାଲ ହୋଇଛି।

ତେବେଏହି ଭିଡିଓ ଭାଇରଲ ହେବ ପରେ,ବିପିନ ବିହାରୀ ଭୂୟାଁ(୩୦)ଙ୍କ ପରିବାର ଲୋକ ତାଙ୍କ ଶ୍ୱଶୁର ଘର ଲୋକଙ୍କ ନାଁରେ ବିଷ ପିଆଇ ମାରିବାକୁ ଉଦ୍ୟମ ଅଭିଯୋଗରେ ଦର୍ପନାରାୟଣପୁର ଫାଣ୍ଡିକୁ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ପୋଲିସ ଏତଲା ନ ରଖିବାରୁ ମହିଳାମାନେ ଉତ୍ତେଜିତ ହୋଇ ଫାଣ୍ଡି ସାମ୍ନାରେ ଧାରଣା ଦେଇଥିଲେ। ପରେ ରଣପୁର ଥାନା ଆଇଆଇସି ଆସି ଅଭିଯୋଗକୁ ଗ୍ରହଣ କରିଥିଲେ। ତେବେ ହତ୍ୟାକାରୀଙ୍କ ଗିରଫ ଦାବିରେ ଏବେବି ଧାରଣା ଚାଲୁ ରହିଛି ବୋଲି ଜଣାପଡିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ