କଣ୍ଟାବାଞ୍ଜିରେ ମାଟିର ମହୋତ୍ସବ ମେହେନ୍ଦି ପ୍ରତିଯୋଗିତା |
ବଲାଙ୍ଗୀର,୭/୧:ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମାଟିର ମହୋତ୍ସବ ପାଇଁ ମହୋତ୍ସବ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା କମିଟି ପକ୍ଷରୁ ଆୟୋଜନ ହୋଇଥିଲା । ସ୍ଥାନୀୟ ରୋଡ ନଂ ୩ରେ ଥିବା ହରିଭବନ ଠାରେ କଣ୍ଟାବାଞ୍ଜି ତେରାପନ୍ତ ମହିଳା ମଣ୍ଡଳ ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ତେରାପନ୍ତ ମହିଳା ମଣ୍ଡଳର ସଭାପତି ବିଦ୍ୟାଜୈନ, ସମ୍ପାଦିକା ସମ୍ମା ଛାପଡ଼ିଆଙ୍କ ନେତୃତ୍ବରେ ଅହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ ଓ ଗୃହିଣୀ ଅଂଶଗ୍ରହଣ କରିଥିଲେ। ଡାକ୍ତର ସଂଜୟ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଚାରକ ଭାବେ ଶୀତଳ ଅଗ୍ରୱାଲ, ମମତା ଜୈନ, ଆଶାଜୈନ ଯୋଗଦେଇଥିଲେ। ବିଜେତାଙ୍କୁ ମହୋତ୍ସବ ମଞ୍ଚରେ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି।
ପରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇଥିବା ବେଳେ ମାଟିର ମହୋତ୍ସବ କମିଟି ସଭାପତି ବ୍ରଜଶ୍ୟାମ ଗୁରୁ, ସାଧାରଣ ସମ୍ପାଦକ ବେଦବ୍ୟାସ ନାଗ, ସଂଯୋଜକ ପୁଷ୍ପ ବେହେରା, ସକ୍ରିୟ ସଦସ୍ୟ ରୋହନ କୁମାର ମହତ, ରାଜୁ ବାରିକ, ପ୍ରକାଶ ପ୍ରଧାନ, କୈଳାସ ଦୀପ, ଜଗନ୍ନାଥ ପାଣିଗ୍ରାହୀ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିବା ବେଳେ ସହସମ୍ପାଦକ ଦିନେଶ ମାହାନନ୍ଦ ପରିଚାଳନା କରିଥିଲେ।

