Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜି ମାଟିର ମହୋତ୍ସବ ପାଇଁ ରଙ୍ଗୋଲି ପ୍ରତିଯୋଗିତ ଆୟୋଜିତ । ।

ବଲାଙ୍ଗିର,୦୭/୦୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମାଟିର ମହୋତ୍ସବ ଅବସରରେ ମାରୱାଡ଼ି ୟୁବା ମଞ୍ଚ ପ୍ରଗତି ଶାଖା କଣ୍ଟାବାଞ୍ଜି ଓ ରାଧାରାଣୀ ସ୍ବୟଂ ସହାୟକ ଗୋଷ୍ଠୀ କଣ୍ଟାବାଞ୍ଜିର ମିଳିତ ଆନୁକୁଲ୍ୟରେ ରଂଗୋଲି ପ୍ରତିଯୋଗିତା ଆମ୍ବେଦକର ଛକ ଠାରୁ ରେଲୱେ ଖେଳ ପଡ଼ିଆ ରାସ୍ତାରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ପ୍ରତିଯୋଗିତାରେ ଶହ ଶହ ସଂଖ୍ୟାରେ ପ୍ରତିଯୋଗି ମାନେ ଭାଗ ନେଇ ରଙ୍ଗୋଲୀ ଆଙ୍କିଥିଲେ । ଏଥିରେ ଭିନ୍ନ ଭିନ୍ନ ପ୍ରକାର ମୁରୁଜରେ ଚିତ୍ର ଆଙ୍କି ଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଲ ବିଭାଗ ବରିଷ୍ଠ ଅଧିକାରୀ ୟୁ.ସି ବାଥମ, ସମ୍ମାନୀତ ଅତିଥି ଭାବେ କଣ୍ଟାବାଞ୍ଜି ରେଲୱେ ବିଭାଗ ଇଏନ ପ୍ରଶାନ୍ତ କୁମାର, ମାଟିର ମହୋତ୍ସବ ସଭାପତି ବ୍ରଜ ଶ୍ୟାମ ଗୁରୁ, ଡାକ୍ତର ଗୋବିନ୍ଦ ଅଗ୍ରୱାଲ, ଶୀତଳ ଅଗ୍ରୱାଲ, ମାରୱାଡ଼ି ୟୁବା ମଞ୍ଚ ପ୍ରଗତି ଶାଖାରୁଚି ଖଣ୍ଡେୱାଲ, ପୂଜା ଅଗ୍ରୱାଲ, ରାଧା ରାଣୀ ସ୍ବୟଂ ସହାୟକ ଗୋଷ୍ଠୀ ର ରେଣୁକା ବେହେରା, ଯଶୋବନ୍ତି ବିଶି ପ୍ରମୁଖ ମଞ୍ଚାସିନ ଥିଲେ। ସହ ସମ୍ପାଦକ ଦିନେଶ ମାହାନନ୍ଦ ମଞ୍ଚ ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ବିଚାରକ ଭାବେ କଲା ଶିକ୍ଷକ ବିଶ୍ବ ରଞ୍ଜନ ଦାସ, ହରି ଚନ୍ଦନ ଲେଙ୍କା ଯୋଗ ଦେଇଥିବା ବେଳେ ଦିପ୍ତିବାହା ବେହେରା, ଅଞ୍ଜଳି ମାଝିଙ୍କ ସହ ମାଟିର ମହୋତ୍ସବ କମିଟିର ସମସ୍ତ ପଦାଧିକାରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାର ବିଜେତାଙ୍କୁ ମାଟିର ମହୋତ୍ସବ ମଞ୍ଚ ରେ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ