Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେ ୨୯ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ନିକଟରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ମେ’ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆରମ୍ଭ ହେବ ଆବେଦନ ।ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ମିିିଳିଥିବା ସୂଚନା ଅନୁଯାୟୀ, ମେ ୨୯ରୁ ଜୁନ ୨୦ ଭିତରେ ଆବେଦନ କରିପାରିବେ ଛାତ୍ରଉାତ୍ରୀ। ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍‌ ଲିଷ୍ଟ। ୨୯ ଜୁନରୁ ୫ ଜୁଲାଇ ମଧ୍ୟରେ ପ୍ରଥମ ମେରିଟ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ନାମଲେଖାଇବେ। ସେହିପରି ୧୩ ଜୁଲାଇରେ ଦ୍ବିତୀୟ ମେରିଟ ଲିଷ୍ଟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୧୪ ଜୁଲାଇରୁ ୧୭ ଜୁଲାଇ ମଧ୍ୟରେ ନାମ ଲେଖାଇ ପାରିବେ। ୨୯ ଜୁଲାଇରୁ ଯୁକ୍ତ ଦୁଇ ପାଇଁ ପାଠ ପଢ଼ା ଆରମ୍ଭ ହେବା ନେଇ ସୂଚନା ମିଳିଛି। ସାରା ରାଜ୍ୟରେ ଯୁକ୍ତ ଦୁଇରେ ୫ ଲକ୍ଷ ୯ ହଜାର ସିଟ୍ ସଂଖ୍ୟା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ