Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦ୍‌ଯାପିତ ।

ବଲାଙ୍ଗିର, ୧୩/୧ :ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ୩ ଦିନ ଧରି ଚାଲିଥିବା ୨ୟ କଣ୍ଟାବାଞ୍ଜି ମାଟିର ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି ।କଣ୍ଟାବାଞ୍ଜି ମାଟିର ମହୋତ୍ସବର ତୃତୀୟ ଦିବସରେ ବହୁଭାଷୀ କବିତା ପାଠ ମହୋତ୍ସବର କାର୍ଯ୍ୟକାରୀ ସଭାପତି ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।
ସନ୍ଧ୍ୟା ଏବଂ ଶେଷ ମଞ୍ଚ କାର୍ଯ୍ୟକ୍ରମରେ ମହୋତ୍ସବ କମିଟି ସଭାପତି ବ୍ରଜଶ୍ୟାମ ଗୁରୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଶ୍ରମ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମହୋତ୍ସବ କମିଟି ଚେୟାରମ୍ୟାନ ତଥା ବିଧାୟକ ଲକ୍ଷ୍ମଣ ବାଗ, ରାଜ୍ୟ ବିଜେପି ଉପସଭାପତି ଶିବାଜୀ ମହାନ୍ତି ,ସଂଯୋଜକ ଦିନେଶ ମହାନନ୍ଦ, ରାଜେନ୍ଦ୍ର ବେହେରା, ଆଶିଷ ବଦ୍ରି, ରଶ୍ମି ରଞ୍ଜନ ପଟେଲ, ପପ୍ପୁ ଜୁଏଡ୍, ବିମଳ ହାତୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଖୁଣ୍ଟିଆ କଣ୍ଟାବାଞ୍ଜି ବିକାଶ କୁ ନେଇ ମୋ ଦ୍ଵାରା ଯାହା ହୋଇ ପାରିବ ମୁଁ କରିବି ବୋଲି ନିଜ ଅଭିଭାଷଣରେ ପ୍ରତିଶୃତି ଦେଇଥିଲେ । ଏଥିସହ କଣ୍ଟାବାଞ୍ଜି ସହ ମୋ ଅନେକ ବର୍ଷର ସଂପର୍କ ରହିଛି ତାହା ମୁଁ କେବେ ଭୁଲି ପାରିବି ନାହିଁ ବୋଲି କହିଥିଲେ । ସେହିପରି ପଶ୍ଚିମ ଓଡ଼ିଶା ଲୋକ କଲା ସଂସ୍କୃତିକୁ ନେଇ ମଧ୍ୟ ଶ୍ରୀ ଖୁଣ୍ଟିଆ ନିଜ ମତ ଦେଇଥିଲେ । ସେହିପରି ଅନ୍ୟ ଅତିଥି ମାନେ ମଧ୍ୟ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ମହୋତ୍ସବର ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ସ୍ମୃତି ଚିହ୍ନ ଦେଇ ସମ୍ମାନୀତ କରାଯାଇଥିଲା। ସେହି ପରି ଅନେକ ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ମହିଳା, ପୁରୁଷ, ଛାତ୍ର ଛାତ୍ରୀଙ୍କୁ ସହ ଅଞ୍ଚଳର ସମସ୍ତ ସାମ୍ବାଦିକଙ୍କୁ ମଧ୍ୟ ମହୋତ୍ସବ କମିଟି ପକ୍ଷରୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ସମ୍ପାଦକ ବେଦବ୍ୟାସ ନାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭା ପରେ ବିଭିନ୍ନ ଭିନ୍ନ ସାଂସ୍କୃତିକ କଲା ଅନୁଷ୍ଠାନ ପକ୍ଷରୁ କଳା ପରିବେଷଣ କରାଯାଇଥିଲା।ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଳାକାର ଉମା ବାରିକଙ୍କ ଦ୍ବାରା ପରିବେଷିତ ସମ୍ବଲପୁରୀ ସଙ୍ଗୀତ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ