ସ୍କୁଲରେ ଚୋରି ଘଟଣାର ପର୍ଦ୍ଦାଫାଶ ; ଜଣେ ନାବାଳକ ସହ ମୁଖ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ ।
ବଲାଙ୍ଗିର, ୧୩/୧: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଖୁଜେନ ପ୍ରାଇମେରୀ ସ୍କୁଲରେ ଚଳିତ ମାସ ୧ ତାରିଖରେ ରାତିରେ ସ୍କୁଲ କାର୍ଯ୍ୟଳୟର ତାଲା ଭାଙ୍ଗି ଗୋଟିଏ ଟିଭି ଓ ସାଉଣ୍ଡ ସିଷ୍ଟମ ସ୍ପିକର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ତୁରେକେଲା ଥାନାରେ ଅଭିଯୋଗ ହେବା ସହ ଅଭିଯୋଗ ଆଧାରରେ ଏକ ମାମଲା ୨/୨୦୨୬ ରୁଜୁ ହୋଇଥିଲା । ଏହି ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିବା ସହ ଉକ୍ତ ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଏହି ଗାଁର ଅନନ୍ତ ନାଗ କୁ ଗିରଫ କରିବା ସହ ଘଟଣାରେ ଜଣେ ନାବାଳକ ମଧ୍ୟ ସମ୍ପୃକ୍ତ ଥିଲା । ମୁଖ୍ୟ ଅଭିଯୁକ୍ତକୁ କଣ୍ଟାବାଞ୍ଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକକୁ ଜିଲ୍ଲା କୋର୍ଟ PMJJBକୁ ପଠା ଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ରାକେଶ କୁମାର ବେହେରା ।

