Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଞ୍ଚରେ ନିଶା ମହାରଣାଙ୍କ ଅଶ୍ଳୀଳ ନାଚ ପରିବେଷଣ ଘଟଣା ! ଚନ୍ଦନଭାଟ ଫାଣ୍ଡି ଅଧିକାରୀଙ୍କୁ ବଇରାସର ଫାଣ୍ଡିକୁ ବଦଳି ।

ବଲାଙ୍ଗିର, ୧୬/୧: ଅପେରା ମଞ୍ଚରେ ଆଇଟମ୍ ଗାର୍ଲ୍ ନିଶା ମହାରଣା ଅଶ୍ଳୀଳ ନାଚ ପରିବେଷଣ ଘଟଣାରେ ଆଜି ଚନ୍ଦନଭାଟୀ ଫାଣ୍ଡି ଅଧିକାରୀ ରଞ୍ଜିତ ପଧାନଙ୍କୁ ବୈରାସର୍ ଫାଣ୍ଡିକୁ ବଦଳି କରାଯାଇଛି । ସୂଚନା ମତେ ଗତ ୧୨ ତାରିଖରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ଅପେରା ଦୂର୍ଗା ମନ୍ଦିରରେ ଆଇଟମ୍ ଗାର୍ଲ୍ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଚନ୍ଦନଭାଟି ଫାଣ୍ଡିରେ କାର୍ଯ୍ୟରତ ଏସ୍ଆଇ ରଞ୍ଜିତ ପଧାନ ଗତ ୧୪ ତାରିଖରେ ଯାତ୍ରା ଆୟୋଜକ କମିଟିର ସଭାପତି ସୁରେନ୍ଦ୍ର ନାଗ, ସମ୍ପାଦକ ରାଧେଶ୍ୟାମ ମେହେର, ଅପେରା ମ୍ୟାନେଜର ଶଙ୍କର ସେନାପତିଙ୍କ ସହ ଅନ୍ୟ ଆୟାଜକ କମିଟିର ସଦସ୍ୟଙ୍କ ବିରୁଦ୍ଧରେ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏଥିରେ ୨ ଆୟୋଜକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ସଂପୃକ୍ତ ୨ ଆୟୋଜକଙ୍କ କୋର୍ଟରେ ଜାମିନ୍ ମଞ୍ଜୁର ହୋଇଥିବା ବେଳେ ବଲାଙ୍ଗୀର ପୋଲିସ୍ ପକ୍ଷରୁ ଗୋଟିଏ ଟିମ୍ ଭୁବନେଶ୍ୱର ଯାଇ ନିଶା ମହାରଣାକୁ ଖୋଜୁଥିବା ସୂଚନା ମିଳିଛି । ତେବେ ଏହି ଘଟଣା ସାରା ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଗତକାଲି ଏହି ଘଟଣାର ଅନ୍ୟ ଏକ ଭିଡିଓ ଭାଇରାଲ ହୋଇ ଘଟଣାଟି ଭିନ୍ନ ମୋଡ଼ ନେଇଥିଲା । ଉକ୍ତ ଭିଡିଓରେ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ରଞ୍ଜିତ ପଧାନ ଖୋଦ୍ ଏହି ଅପେରାକୁ ନଡିଆ ବାଡେଇ ଉଦଘାଟନ କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ସେ ନିଜେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟକୁ ମଞ୍ଚ ତଳେ ବସି ଉପଭୋଗ କରୁଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଫାଣ୍ଡି ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ନେଇ ତାଙ୍କ ବିରୁଦ୍ଧରେ ଖବର ପ୍ରସାରଣ ହୋଇଥିଲା । ତେବେ ଆଜି ଏହି ଘଟଣାରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଚନ୍ଦନଭାଟି ଫାଣ୍ଡିରେ ବଇରାସର୍ ଫାଣ୍ଡିକୁ ବଦଳି କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ