Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଳ ବୋହିଲା ଭାର: ୫ ଦିନରେ ୩ ଅଜଣା ଓ ଅସହାୟ ପରିବାରକୁ ଦେଲା ଶେଷ ସମ୍ମାନ

ସମ୍ବଲପୁର: ସମ୍ବଳ ପରିବାର ଦ୍ଵାରା ବିଗତ ୫ ଦିନରେ ୩ଟି ଅଜଣା ଏବଂ ଗୋଟିଏ ଅସହାୟ ଶବ ସତ୍କାର କରାଯାଇଛି l ଗତ ୨୦ ତାରିଖରେ ବରେଇପାଲି ର ଦିନମଜୁରିଆ ସୁଶାନ୍ତ ଖଡ଼ିଆ ର ସ୍ତ୍ରୀ ମଥୁରା ଖଡିଆର ଦେହାନ୍ତ ହେବା ପରେ ତାର ସ୍ୱାମୀ ଶବସତ୍କାର ପାଇଁ ସମ୍ବଳ ପରିବାର କୁ ଲିଖିତ ଅନୁରୋଧ କରିଥିଲେ। ସେହିପରି ଚଳିତ ମାସ ୨୨ ତାରିଖ ଦିନ ବୁର୍ଲା ମେଡିକାଲ୍ ଫାଣ୍ଡି ଦ୍ଵାରା ଏକ ଅଜଣା ଶବ ସତ୍କାର ପାଇଁ ହସ୍ତାନ୍ତର କରଯାଇଥିବା ବେଳେ ଆଜି ପୁଣି ବୁର୍ଲା ମେଡିକାଲ୍ ଫାଣ୍ଡି ଦ୍ଵାରା ଗୋଟିଏ ଏବଂ ଧନୁପାଲି ଥାନା ଦ୍ଵାରା ଗୋଟିଏ ଅଜଣା ଶବ ସତ୍କାର ପାଇଁ ସମ୍ବଲ୍ ପରିବାର କୁ ହସ୍ତାନ୍ତର କରାଯାଇଥିଲା l ସମ୍ବଳ ପରିବାର ଦ୍ଵାରା କମଲିବଜାର ସ୍ଥିତ ରାଜଘାଟରେ ସମ୍ମାନର ସହିତ ଶବ ସତ୍କାର କରାଯାଇଥିଲା l