Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ବିପର୍ଯ୍ଯୟ ଆଇନ ଶୃଙ୍ଖଳା ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ସମ୍ବଲପୁର:ଦିନକୁ ଦିନ ସମ୍ବଲପୁର ଜିଲ୍ଲାରେ ଦେଖା ଦେଉଛି ଅରାଜକତା। ହଣା କଟା ମରା ବ୍ୟାପି ଗଲାଣି ଗଳି କନ୍ଦି ସହର ଠାରୁ ଗାଁ ପରିବାର ଯାଏ। ଯୋର ଯାର ମୂଳକ ତାର ନୀତି ନେଇ କସରତ ଦେଖାଉଛନ୍ତି ଅସାମାଜିକ ତତ୍ତ୍ୱଧାରୀ। ଫଳରେ ସମ୍ବଲପୁର ଜିଲ୍ଲାର ସାମାଜିକ ସଂପର୍କ ସହିତ ପାରମ୍ପାରିକ ରୀତି ନୀତି ସବୁ ନଷ୍ଟ ହେବାହୁ ବସିଛି। ଏହାକୁ ନେଇ ବରିଷ୍ଠ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଦେଖାଦେଇଛି ଘୋର ନୈରାଶ୍ୟ। ଏହାକୁ ନେଇ ଆଜି ବୁଦ୍ଧିଜୀବୀ ମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସମ୍ବଲପୁର ସହରରେ ଘଟିଥିବା ଅଭାବନୀୟ ଘଟଣା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଆଭ୍ୟନ୍ତରୀଣ ସୁରକ୍ଷା ନେଇ ସେମାନେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରି କିଭଳି ସମ୍ବଲପୁର ଏପରିକି ରାଜ୍ୟ ରେ ଏକ ଶାନ୍ତି ପୁର୍ଣ୍ଣ ପରିବେଶ ସୃଷ୍ଟି ହୋଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପୁର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ,ଡା.ରାଜ କୁମାର ବଡପଣ୍ଡା ପ୍ରମୂଖ ବହୁ ମାନ୍ୟଗଣ ଉପସ୍ଥିତ ରହି ଆଲୋଚନା କରିଥିଲେ।