Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାସସ୍ଥାନ,ଜାତି ଓ ଆୟ ପ୍ରମାଣପତ୍ର ପାଇଁ ଲୋଡା ପଡିବନି ଜମି ପଟ୍ଟା

ସମ୍ବଲପୁର : ରାଜ୍ୟ ସରକାର କଲେ ବଡ ଘୋଷଣା।ତହସିଲ କାର୍ଯ୍ୟାଳୟରୁ ବାସସ୍ଥାନ,ଜାତି ବା ଆୟ ପ୍ରମାଣପତ୍ର ପାଇଁ କାହାକୁ ହଇରାଣ ହେବାକୁ ପଡିବନି। ଏଥିପାଇଁ ଆଉ ଦରକାର ପଡିବନି ଜମି ପଟ୍ଟା। ବାସ ସ୍ଥାନ,ଜାତି କିମ୍ବା ଆୟ ପ୍ରମାଣ ପତ୍ର ହାସଲ କରିବାକୁ ହେଲେ ଏଣିକି କ୍ଷେତ୍ର ଅଧିକାରୀଙ୍କ ଦ୍ୱାରା ସ୍ଥାନୀୟ ତଦନ୍ତ ଆଧାରରେ ଏହି ସବୁ ପ୍ରମାଣ ପତ୍ର ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସ୍ୱଷ୍ଟ କରାଯାଇଛି। ପୁନଶ୍ଚ ଟ୍ୱିଟରେ କୁହାଯାଇଛି ଯେ,ଯଦି କୌଣସି ରାଜସ୍ୱ ଅଧିକାରୀ ଓ ରାଜସ୍ୱ ନିରୀକ୍ଷକ ଜମି ପଟ୍ଟା ପାଇଁ ଦାବି କରନ୍ତି ତେବେ ଟ୍ୱିଟର ଯୋଗେ @rdmodisha ଆକାଉଣ୍ଟକୁ ଟ୍ୱିଟ୍ କରି ଅଭିଯୋଗ କରିପାରିବେ ।