ଆଜି ବି ବର୍ଷିବ; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ବର: ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ଅପରାହ୍ନରେ ଦେଖିବାକୁ ମିଳୁଛି କାଳବୈଶାଖୀର ତାଣ୍ଡବ। ଆଜି ବି ରାଜ୍ୟରେ ହେବ କାଳବୈଶାଖୀ ବର୍ଷା। ଏହାକୁ ଦୃଷ୍ଟିରେ ରଖି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହି ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ। ଏହି ସବୁ ସ୍ଥାନରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ହେବା ସମ୍ଭାବନା ରହିଥିବା କହିଛି ପାଣିପାଗ କେନ୍ଦ୍ର।

ଗତକାଲି କାଳବୈଶାଖୀ ପ୍ରଭାବରେ ୮ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା । ଏହାସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ମଧ୍ୟ ବୋହିଥିଲା । ବର୍ଷା ଓ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।