ମୁରିବାହାଲ ଜୁନିୟର କଲେଜର ୩୫ ତମ ବାର୍ଷିକ କ୍ରୀଡା ଉଦଯାପିତ ।
ବଲାଙ୍ଗିର,୨୪/୧: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଜୁନିୟର କଲେଜର ୩୫ ତମ ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଦିନ କଲେଜ ପରିସର ଠାରେ ଉଦଯାପିତ ହୋଇ ଯାଇଛି I ଏହି ଅବସରରେ ୧୪ ଗୋଟି ବିଭାଗର ବାଳିକା ଓ ବାଳକ ୮୪ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା ।
ଜୁନିୟର କଲେଜ ତରଫରୁ ଗତ ୨୨ ତାରିଖ ଠାରୁ ମୁରିବାହାଲ ପଂଚାୟତ ହାଇସ୍କୁଲ ଖେଳ ପଡିଆ ଠାରେ ଉଭୟ ବିଭାଗର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇ ଥିଲା । ଉକ୍ତ କ୍ରୀଡାରେ ୧୦୦/୨୦୦/୪୦୦/୮୦୦/ ୧୫୦୦ ମିଟର ଦୌଡ଼, ସଟ ପୁଟ ଥ୍ରୋ, ଡିସ୍କକସ ଥ୍ରୋ, ଯେଭଲୀନ ଥ୍ରୋ, ଲଙ୍ଗ ଜମ୍ପ, ହାଇଜମ୍ପ, ତ୍ରିପଲ ଜମ୍ପ, କବାଡି, ଭଳିବଲ ଓ କ୍ରିକେଟ ପ୍ରଭୃତି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ।
ଉଦଯାପନୀ ଉତ୍ସବରେ ବାର୍ଷିକ କ୍ରୀଡା ସହ ଯୁକ୍ତ ୨ ବର୍ଷ ଛାତ୍ରୀ ଓ ଛାତ୍ର ମାନଙ୍କୁ ମଧ୍ୟ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ ଙ୍କର ଅଧ୍ୟକ୍ଷତାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି କ୍ରୀଡା ଦ୍ୱାରା ଶରୀର ବିକାଶହେବା ସହ ଛାତ୍ର ଜୀବନରେ ସହନ ଶିଳତା ଓ ଧର୍ଯ୍ୟ ଯୋଗୁଁ ନିଜର ବିକାଶ ହୋଇଥାଏ ବୋଲି ନିଜର ମତବ୍ୟକ୍ତ କରିଥିଲେ ।
ସମ୍ମାନନିୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ଭାଜପା ସଭାପତି ଶ୍ରୀବତ୍ସ ବେହେରା, ମୁରିବାହାଲ ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠି, ସରପଞ୍ଚ ସଂଘର ବ୍ଲକ ସଭାପତି ବିଶ୍ୱ ବିହାରୀ ଯୋଶୀ, ସାମ୍ବାଦିକ ଭଗବାନ ମହାନ୍ତି, ଇଂରାଜୀ ବିଭାଗର ଅଧ୍ୟାପକ ହୃଦାନନ୍ଦ ପୁହାଣ, ପ୍ରମୁଖ ମଞ୍ଚାସିନ ରହି କ୍ରୀଡା ଓ କଲେଜର ବିକାଶ ବିଷୟରେ ଆଲୋକପାତ କରି ଥିଲେ । ଏହି ଅବସରେ ବାଳିକା ବିଭାଗରେ ଉତ୍କୃଷ୍ଠ ପ୍ରଦର୍ଶନ କରିଥିବା ପ୍ରେମଶିଲା ଧରୁଆ ଓ ଲିଲୁ କୂଅରଙ୍କୁ ଚମ୍ପିୟାନ ଭାବରେ ଟ୍ରଫି ପ୍ରଦାନ କରାଯାଇ ଥିଲା । କାର୍ଯ୍ୟକ୍ରମକୁ ଶାନ୍ତରାମ ପଧାନ ଓ ପୂଜାରାଣୀ ରଥ ପରିଚାଳନା କରି ଥିବା ବେଳେ ଖେଳ ଶିକ୍ଷକ ରାଧେଶ୍ୟାମ ବଘାରଙ୍କର ନେତୃତ୍ୱରେ ଭାବନି ପୋଢ଼, ଲିଲି ପଧାନ, ଶିବାନୀ ପଧାନ, ସୁପ୍ରିୟା ନାୟକ, ଶଙ୍କର ଦେହୁରୀ, ନରେଶ ଶତନାମୀ, ନାରାୟଣ ଭୋଇ, ସଂଜୟ ବାଗ, ଅଭିମନ୍ୟୁ ଛୁରା ପ୍ରମୁଖ ସହଯୋଗ କରି ଥିଲେ ବିକ୍ରମ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମ୍ବଲପୁରୀ ଆର୍କ୍ରେଷ୍ଟ୍ରା ଅନୁଷ୍ଠିତ ହୋଇ ଥିଲା ।

