ଜମି କିଣାବିକା ପାଇଁ ବଦଳିଲା ନିୟମ; ଆଗ ସ୍ଲଟ ବୁକିଂ, ପରେ ରେଜିଷ୍ଟ୍ରେସନ


ଭୁବନେଶ୍ବର: ଜମି କିଣୁଛନ୍ତି  କିଣାବିକା କରୁଛନ୍ତି କି? ବଦଳିଲା ନିୟମ । ପୂର୍ବ ଭଳି କରିପାରିବେନି ଜମି କିଣାବିକା। ଏଥିପାଇଁ ପ୍ରଥମେ ଅନ୍ ଲାଇନ୍ ରେ ସ୍ଲଟ୍ ବୁକିଂ କରିବାକୁ ପଡିବ। ପରେ ରେଜିଷ୍ଟ୍ରେସନ କରିବାକୁ ହେବ । ଜମି ରେଜିଷ୍ଟ୍ରେସନ ପାଇଁ ସବ୍ରେଜିଷ୍ଟ୍ରସନ୍ ଅଫିସରରେ ଭିଡ ସମସ୍ୟାକୁ ଦୂର କରିବା ଲାଗି ଜମିଜମା ଇ-ରେଜିଷ୍ଟ୍ରେସନ୍ ବା ପଞ୍ଜୀକରଣ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି । ପ୍ରଥମେ ସ୍ଲଟ ବୁକିଂ କରିବା ପରେ ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜିକରଣ କରାଯିବ । ଏ ନେଇ ଆଇଜିଆଇ ପକ୍ଷରୁ ଘୋଷଣା କରାଯାଇଛି ।

ସ୍ଲଟ୍ ବୁକିଂ ପୂର୍ବରୁ ଅନଲାଇନରେ ପଞ୍ଜୀକରଣ କରିବାକୁ ପଡ଼ିବ। ନହେଲେ ଜମି କିଣାବିକା ପାଇଁ ଅନୁମତି ମିଳିବ ନାହିଁ । ଏହାର ଆଉ ଏକ ଫାଇଦା ହେଉଛି ଜଣେ ବ୍ୟକ୍ତି ବିଶ୍ୱର ଯେକୌଣସି ସ୍ଥାନରେ ଥିଲେ ବି ଜମି କିଣାବିକା ପଞ୍ଜୀକରଣ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ।