Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା; ଚାର୍ଜସିଟ ରିପୋର୍ଟରୁ ବଡ ଖୁଲାସା, ବ୍ୟକ୍ତିଗତ ଶତ୍ରୁତା ଯୋଗୁ କରାଯାଇଥିଲା ହତ୍ୟା!

ଝାରସୁଗୁଡା: ବହୁଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଆଜି ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଝାରସୁଗୁଡା ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଚାର୍ଜସିଟିରୁ ବଡ ଖୁଲାସା ହୋଇଥିବା ଜଣାପଡ଼ିଛି। ତେବେ କାହିଁକି ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ସେ ନେଇ ତଦନ୍ତ ଜାରି ରଖିଥିଲା କ୍ରାଇମ୍‌ବ୍ରାଞ୍ଚ। ରିପୋର୍ଟ ଅନୁଯାୟୀ ବ୍ୟକ୍ତିଗତ କାରଣରୁ ନବ ଦାସଙ୍କୁ ଏଏସଆଇ ଗୋପାଳ ଦାସ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି।

୩୦୨, ୩୦୭ ଆଇପିସି ୨୭ (୧) ଆର୍ମ୍ସ ଆକ୍ଟରେ ତଦନ୍ତ ହୋଇ ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି । ସମସ୍ତ ପ୍ରମାଣ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛଇ। ଏହା ଗୋପାଳ ଦାସ ବିରୋଧରେ ଦୃଢ ପ୍ରମାଣ ହୋଇପାରେ ବୋଲି କୁହାଯାଉଛି ।

ଗତ ଜାନୁଆରୀ ୨୯ରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ ଏଏସଆଇ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ।