Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାରିବୁ ବୋଲି ଜାଣିଛୁ ତଥାପି ରାଜ୍ୟର ସ୍ୱାର୍ଥ୍ୟ ପାଇଁ ଆମେ ଲଢିବୁ; ପିସିସି ସଭାପତି ଭକ୍ତ ଚରଣ ଦାସ।

ଭୁବନେଶ୍ୱର,୨।୨: ବିରୋଧୀ ଦଳର ନେତା ନବୀନଙ୍କୁ ଭେଟିବେ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ। ଏନେଇ ସେ ସୂଚନା ଦେଇଛନ୍ତି | ସେ କହିଛନ୍ତି,ରାଜ୍ୟର ସ୍ୱାର୍ଥ ପାଇଁ ମୁଁ ନବୀନଙ୍କୁ ଭେଟିବି | ଦିନେ କି ଦୁଇ ଦିନ ମଧ୍ୟରେ ଜଣାପଡିବ କେବେ ନବୀନଙ୍କ ସହ ସାକ୍ଷାତ କରିବି। ବିରୋଧୀ ଦଳ ପାଖରେ ସୁଯୋଗ ରହିଛି । ଏବେ ଆମକୁ ଏହି ସୁଯୋଗର ଫାଇଦା ଉଠାଇବାକୁ ପଡ଼ିବ ବୋଲି କହିଛନ୍ତି ପିସିସି ସଭାପତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ଖୁବଶୀଘ୍ର ନବୀନ ପଟ୍ଟନାୟକଙ୍କୁ ଭେଟିବେ ପିସିସି ସଭାପତି । ତେବେ ଏହା ପୂର୍ବରୁ ରାଜ୍ୟସଭା ନିର୍ବାଚନ ବିଷୟ ନେଇ ନବୀନଙ୍କୁ ଭେଟିବେ ବୋଲି ସୂଚନା ଦେଇଥିଲେ । ଆଉ ଏବେ ଏହି ପ୍ରସଙ୍ଗରେ ଆସିଛି ଭକ୍ତଙ୍କ ଆଉ ଏକ ବୟାନ । ଯାଜପୁରରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଭକ୍ତ ଦାସ କହିଛନ୍ତି ଯେ, ମୁଁ ଖୁବଶୀଘ୍ର ନବୀନ ପଟ୍ଟନାୟକଙ୍କୁ ଭେଟିବି। ଦିନେ କି ଦୁଇ ଦିନ ମଧ୍ୟରେ କେଉଁ ତାରିଖରେ ନବୀନଙ୍କ ଭେଟିବି । ସେ ତାରିଖ ଜଣାପଡିବ । ବିରୋଧୀ ଦଳ ପାଖରେ ସୁଯୋଗ ରହିଛି । ତେଣୁ ଆଲୋଚନା କଲେ ଅନେକ କଥା ସାମ୍ନାକୁ ଆସିବ । ବିଜେଡି ଓ କଂଗ୍ରେସ ସଂଖ୍ୟାକୁ ନେଇ ସମ୍ଭାବନା ଦେଖାଯାଉଛି । ସମ୍ଭାବ ନା ପାଇଁ ଉଦ୍ୟମ କରିବା ରାଜନୈତିକ ଅପରାଧ ନୁହେଁ । ଆମେ ଜାଣିଛୁ ଆମେ ଜିତିପାରିବୁନି ତଥାପି ରାଜ୍ୟର ସ୍ୱାର୍ଥ୍ୟ ପାଇଁ ଆମେ ନିହାତି ଭାବେ ଲଢିବୁ । ଏହି ଲଢ଼ିବା ଦଳର ମର୍ଯ୍ୟାଦା ଆବଶ୍ୟକ।

ତେବେ କଥା ହେଉଛି ଏହି ଦୁଇ ଦଳ କେବେବେ ଏକାକୀ ହୋଇ ନିର୍ବାଚନ ଲଢିନାହାନ୍ତି | ଏକାସାଙ୍ଗେ କୌଣସି ପ୍ରେସ ମିଟ୍ ରେ କେବେ ବୟାନ ମଧ୍ୟ ଦେଇନାହାନ୍ତି । ଆଉ ଆଜି ଏକାଠି ହୋଇ ରାଜ୍ୟସଭା ନିର୍ବାଚନ ଲଢିବାକୁ କଥା କହୁଛନ୍ତି । ତେବେ ଆଗାମୀ ନିର୍ବାଚନରେ କିଏ ପରାକ୍ରମ ଦେଖାଇବା ତାହାକୁ ଅପେକ୍ଷା | ଆଗକୁ ରାଜ୍ୟସଭା ନିର୍ବାଚନରେ ବିଜେଡି ସୁପ୍ରିମୋ କାହା ପଟକୁ ବିଜେଡି ଢ଼ାଲିବେ ସେଟା ସମୟ କହିବା |

ସୂଚନା ଯୋଗ୍ୟ’ ସୂଚନା ଅନୁସାରେ, ଏ ବର୍ଷ ଏପ୍ରିଲ ମାସରେ ଓଡ଼ିଶାର ୪ ରାଜ୍ୟସଭା ଆସନ ଖାଲି ହେବାର ରହିଛି । ଆସନ୍ତା ଏପ୍ରିଲରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମମତା ମହାନ୍ତ, ନିରଞ୍ଜନ ବିଶି, ମୁନ୍ନା ଖାଁଙ୍କ କାର୍ଯ୍ୟକାଳ ଅବଧି ସରୁଛି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଏହି ଚାରୋଟି ଯାକ ଆସନ ବିଜେଡିର ରହିଥିଲା। କିନ୍ତୁ ଗତ ନିର୍ବାଚନ ପରେ, ବିଜେଡିର ପରାଜୟ ପରେ,ସୁଜିତ କୁମାର ଓ ମମତା ମହାନ୍ତ ବିଜେଡି ଦଳ ଛାଡ଼ି ପୁନର୍ବାର ବିଜେପିରୁ ରାଜ୍ୟସଭା ଯାଇଥିଲେ । ଆଉ ଏବେ ଏହି ୪ ଆସନରୁ ୨ଟି ବିଜେଡିର ଥିବାବେଳେ ୨ଟି ବିଜେପିର । ସେପଟେ ରାଜନୈତିକ ବିଶେଷଜ୍ଞ ଅନୁମାନ ଅନୁସାରେ, ୨ଟି ଆସନ ବିଜେପିକୁ ଯିବା ବେଳେ ଆଉ ଗୋଟିଏ ବିଜେଡି ଖାତାକୁ ଯିବ। ଏଥିରେ କୌଣସି ସନ୍ଦେହ ନାହିଁ ତେବେ ତୃତୀୟ ଆସନକୁ ନେଇ ହେବ ଲଢେଇ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ