Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ମଝିରେ ଅଟକିଲା ସିମେଣ୍ଟ ବୋଝେଇ ବର୍କର,, ଚାରି ଘଣ୍ଟା ଜାତୀୟ ରାଜପଥ ୩୨୬ଅବରୋଧ….

ଲକ୍ଷ୍ମୀପୁର ୦୬/୦୨  
ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମା ଥାନା ଅନ୍ତର୍ଗତ କୁସୁମଗୁଡା ଘାଟିରେ ଶନିବାର ସକାଳେ ଏକ ସିମେଣ୍ଟ ବୋଝେଇ ବର୍କର ଗାଡି ର ଏକ୍ସଲ ଭାଙ୍ଗି ଜାଇ ରାସ୍ତା ମଝିରେ ଅଟକି ଯାଇଥିଲା। କୁସୁମଗୁଡା ଘାଟି ରାସ୍ତା ଅଣଓସାରିଆ ସହ ଏସ ଟର୍ନିଙ୍ଗ ଭାବେ ଥିବାରୁ ବଡ଼ ବଡ଼ ଯାନବାହାନ ଅଟକି ଯାଇଥିଲା। ଘଟଣାଟି ଶନିବାର ସକାଳ ଛଅଟା ରେ ଘଟିଥିବା ବେଳେ ଦୂରଦୂରାନ୍ତକୁ ଯାଉଥିବା ଅନେକ ପାସେଞ୍ଜର ବସ ଓ ମାଲ ବାହି ଟ୍ରକ୍ ଗୁଡିକ ଅଟକି ରହିଥିଲା।ଖବର ପାଇ କାକିରିଗୁମା ପୋଲିସ ପହଞ୍ଚି ଏଆର ଏସ ଏସ କମ୍ପାନୀ ର କ୍ରେନ ସାହାଯ୍ୟ ରେ ବର୍କର ଗାଡି କୁ ଅନ୍ୟତ୍ର ନେବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।ଉକ୍ତ ସିମେଣ୍ଟ ବୋଝେଇ ବର୍କର ଗାଡି ଛତିଶଗଡ଼ରୁ ବାହାରି ଟିକିରି ପ୍ଲାଣ୍ଟ କୁ ଯାଉଥିବା ଗାଡିଚାଳକ କହିଛନ୍ତି।ପ୍ରକାଶ ଥାଉକି ଟିକିରି ପ୍ଲାଣ୍ଟ ଓ କଂସାରୀଗୁଡା ନିକଟରେ ନିର୍ମାଣ ଚାଲିଥିବା ଆଲୁମିନା କମ୍ପାନୀକୁ ଯାଉଥିବା ମାଲ ବାହି ଗାଡି ଗୁଡିକ ଅନ୍ୟ ରାସ୍ତା ରେ ନଯାଇ ଲକ୍ଷ୍ମୀପୁର ଦେଇ ଯାତାୟାତ କରୁଛନ୍ତି। ଫଳରେ ଅନ୍ୟ ଯାନବାହାନ ପାଇଁ ଅସୁବିଧା ସୃଷ୍ଟି ହେଉଛି।ଅଧିକାଂଶ ସମୟରେ ରାୟଗଡା ଦେଇ ଆସୁଥିବା ଅନେକ ମାଲ ବାହି ଗାଡି ଗୁଡିକ ଗୁମା ଘାଟି ଓ କୋରାପୁଟ ଦେଇ ଆସୁଥିବା ଗାଡି ଗୁଡିକ କେଲାର ଘାଟିରେ ଖରାପ ହୋଇ ସମସ୍ୟା ସୃଷ୍ଟି କରୁଛନ୍ତି। କୋରାପୁଟ ଠାରୁ ରାୟଗଡା ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ଅଣଓସାରିଆ ଥିବାରୁ ଏହି ଭଳି ଅସୁବିଧା ଦେଖା ଦେଉଛି ଯା ଫଳରେ ଅନେକ ଯାନବାହାନ ଘଣ୍ଟା ଘଣ୍ଟା ଧରି ଅଟକି ରହି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ନିହାତି ଜରୁରୀ ହୋଇ ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ