Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ନୋଡାଲ ସଚିବଙ୍କ ଉଲୁଣ୍ଡା ବ୍ଲକ ର ବିଭିନ୍ନ ପଞ୍ଚାୟତ ପରିଦର୍ଶନ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଜଳସେଚନ ପ୍ରକଳ୍ପ  ଜିଲ୍ଳା ନୋଡାଲ ସଚିବ ଭୂପିନ୍ଦ୍ର ସିଂ ପୁନିଆ ପରିଦର୍ଶନ କରିଛନ୍ତି l ସୂଚନା ଅନୁସାରେ ବ୍ଲକର ଉଲୁଣ୍ଡା ସମେତ ବିଶିପଡା, ମୁଣ୍ଡଘାଟ ପଂଚାୟତକୁ ପରିଦର୍ଶନ କରିଥିବା ଜଣାପଡିଛି l ଏହି ଅବସରରେ ସମସ୍ତ ପଂଚାୟତର ପିଡିଏସ ଷ୍ଟକ ଓ  ମାନ ଯାଞ୍ଚ କରିବା ସହ କେତେ ଜଣ  ହିତାଧିକାରୀ ଅଛନ୍ତି ତଦାରଖ କରିଥିଲେ l ଏହା ସହ ବିଭିନ୍ନ କାଗଜାତ ମଧ୍ୟ  ଯାଞ୍ଚ କରିଥିଲେ l ଏହି ଅବସରରେ ଶ୍ରୀଯୁକ୍ତ ପୁନିଆ ସରପଞ୍ଚ, ପିଇଓଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l  ସେହିପରି ଡାଲଡବା ଏବଂ ହିକୁଡି ସ୍ଥିତ ଜଳସେଚନ ପ୍ରକଳ୍ପ ବୁଲି ଦେଖିଥିଲେ l ଜିଲ୍ଲା ନୋଡାଲ ସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ସୂର୍ୟନାରାୟଣ ଦାସ, ଜିଲ୍ଲା ପରିଷଦ ସିଇଓ ନିହାର ରଞ୍ଜନ କହଁର, ବିଡ଼ିଓ କରିସ୍ମା ବେସ୍ରା, ଯୋଗାଣ ନିରୀକ୍ଷକ ରାଜକିଶୋର ନାଏକ, ସରପଞ୍ଚ, ପିଇଓଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ