Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁଳି ଖେଳୁଛି ଖେଳ: ପଡିଆବାହାଲ ଅନ୍ଧାର

ସମ୍ବଲପୁର: ଜିଲ୍ଲାର ପ୍ରମୂଖ ଅଞ୍ଚଳ ହେଉଛି ପଡିଆବାହାଲ। କିନ୍ତୁ ଏହା ସବୁବେଳେ ଅନ୍ଧାର। ଏଥିପାଇଁ ତାତିଲେଣି ଲୋକେ।କଥାରେ ଅଛି “ବିଜୁଳି ବତୀ ଘରକୁ କରାଏ ତରକା ଅତି”। ପଡିଅବାହାଲରେ କିନ୍ତୁ ତାର ବିପରୀତ।ଏଠାରେ ବିଜୁଳି ଦେଖାଉଛି ତା ଲୁଚକାଳି ଖେଳ।’ଘଡିକେ ଘୋଡା ଛୁଟିଲା ପରି’ ଏଠି ବିଭାଗୀୟ ଦକ୍ଷତାବି ସମାନ। ଦିନ ସାରା ଏଠି ୪୦ ରୁ ୫୦ ଥର ବିଦ୍ୟୁତ କାଟ ହୁଏ। କିନ୍ତୁ ଏହାର କାରଣ କଣ କାହା ପାଖରେ ଉତ୍ତର ନଥାଏ। ଏଠାରେ ଉପସ୍ଥିତ ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ବାରମ୍ବାର ଫୋନ କଲେବି ନାଁ ଫୋନ ଉଠାନ୍ତିକି କାର୍ଯ୍ୟ ବ୍ୟସ୍ତତା ଥିଲେ ବି ପରେ କାହିଁକି ଫୋନ କରିଥିଲେ ବୋଲି ପଚାରି ବୁଝନ୍ତି? ଏଭଳି ଦାୟିତ୍ୱ ହୀନତା ଯନ୍ତ୍ରୀ ରହିଛନ୍ତି ପଡିଆବାହାଲରେ।ଫଳରେ ବିଦ୍ୟୁତ ଭଳି ଅତି ଆବଶ୍ୟକତା ସେବାରୁ ବଞ୍ଚିତ ସାଧାରଣ ଲୋକେ । ରାଜ୍ୟ ସରକାର କହିଥିଲେ ଗ୍ରୀଷ୍ମକାଶରେ ବିଦ୍ୟୁତ କାଟ ହେବନି। କିନ୍ତୁୂ ପଡିଆବାହାଲ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ଦିନକୁ ବଢିବାରେ ଲାଗିଛି। ଏଭଳି ବାରମ୍ବାର ଅବିଯୋଗ ପରେବି ନାଁ ଚେତିଲେ ସରକାର ବା କର୍ମଚାରୀ। ଠିକା ସଂସ୍ଥାର ଏଭଳି ମନମୁଖି କାମ ଦିନକୁ ଦିନ ଅସହ୍ୟ ହୋଇପଡୁଥିବା କାରଣରୁ ଯଦି ଏଭଳି ଲାଗିରହେ ତେବେ ବାରିବନ୍ଧ ଗ୍ରିଡ୍ ଅଫିସ ଘେରିବାକୁ ମସୁଧା ଚାଲିଛି । ପଡିଆବାହାଲ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ଦିନକୁ ଦିନ ଅସହ୍ୟ ହେବା କାରଣରୁ ବିଦ୍ୟୁତ ଉପଭୋକ୍ତା ସଂଘଠନ ଉପରେ ସାଧାରଣ ଖାିଉଟୀ ଚାପ ପକାଇ ଏହାର ସ୍ଥାୟି ସମାଧାନ ପାଇଁ ଯୋର ଦେଉଛନ୍ତି। ସଂଗଠନ ଏଥିରେ ନିରବ ରହିଲେ କିମ୍ବା ଉପଭୋକ୍ତା ମାନଙ୍କ ସମସ୍ୟା ଉପରେ ଧ୍ୟାନ ନଦେଲେ ଜନତା ଯେଉଁ ନିଷ୍ପତ୍ତି ନେବେ ସେଥିପାଇଁ ପ୍ରଶାସନ ପୁର୍ବରୁ ସତର୍କ ରହିବାକୁ ଚାପା ପ୍ରତିକ୍ରିୟା ପ୍ରକାଶ ପାଇଛି। ଟିପିଡବ୍ଲୁଓଡି ଦାୟିତ୍ୱ ନେବା ପରଠୁ ପଡିଆବାହାଲରେ ବିଦ୍ୟୁତ୍ ସେବା ଏକ ପ୍ରକାର ଠପ୍ ହୋଇଯାଇଛି।ଏହାର ନିରାକରଣ ପାଇଁ ବିବାଗୀୟ ଅଧିକାରୀ ମାନଙ୍କୁ ଯେତେ ପଚାରିବାକୁ ପ୍ରୟାସ କରାଗଲେବି “ମତେ ଯେତେ ମାଠୁବୁ ମାତ୍ ମୁଁ ସେହି ଦରପୋଡା କାଠ” ନୀତିରେ ସେମାନେ ନିଜ ଯିଦରେ ଅଟଲ ରହିଛନ୍ତି।