Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଳଦୀ ଜୟ ଡଙ୍ଗରବୁଢ଼ା କପ୍ ଫୁଟବଲ୍ ଉଦଯାପିତ; ଗୁଲମି ଚମ୍ପିୟନ୍।

ବଲାଙ୍ଗିର,୧୮/୦୨: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳ ପଡ଼ିଆରେ ମଙ୍ଗଳବାର ଜୟ ଡଙ୍ଗରବୁଢ଼ା କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ହଳଦୀ ଓ ଗୁଲମୀ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଫାଇନାଲ ଖେଳରେ ଗୁଲମୀ ଦଳ ୧-୦ ଗୋଲରେ ହଳଦୀ ଦଳକୁ ପରାସ୍ତ କରି ବିଜୟୀ ହୋଇଛି । ଉଦଯାପିନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ବିଜେପିର ସଭାପତି ଶ୍ରୀବତ୍ସ ବେହେରା ଯୋଗଦାନ କରିଥିଲେ । ସେହିପରି ଏହି ମ୍ୟାଚ୍ ରେ ସମ୍ମାନିତ ଅତିଥି ରୂପେ ମୁରିବାହାଲ ବ୍ଲକ୍ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣାଙ୍କ ସମେତ ବଲାଙ୍ଗୀର ବିଜେପିର ଓବିସି ମୋର୍ଚ୍ଚା ସଭାପତି ମନୋଜ ହାତୀ, ହଳଦୀ ସମିତି ସଭ୍ୟ ଟୁନାମଣୀ ମହାନନ୍ଦ, ବିଜେପିର ଯୁବ ସଂଗଠକ ଦେବବ୍ରତ ବିଶୀ, ମାଲିଶିରା ପେକ୍ସ ସମ୍ପାଦକ ପିତାମ୍ବର ବାଗ, ହଳଦୀ ନାଏବ ସରପଞ୍ଚ ଦିଗାମ୍ବର ବାଗ, ହଳଦୀର ପୂର୍ବତନ ସରପଞ୍ଚ ହୃଷୀକେଶ ବାଗ, ସ୍ଥାନୀୟ କଣ୍ଠଶିଳ୍ପୀ ଯୋଗଧ୍ୟାନ ହଂସ, ବିଜେପି ନେତା ପ୍ରଦୀପ ବଛା, ଲକ୍ଷ୍ମୀ ନାରାୟଣ ଛତ୍ରିଆଙ୍କ ସ୍ଥାନୀୟ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ଯୋଗ ଦେଇଥିଲେ।ମ୍ୟାଚ୍ ପରିଚାଳନା କରିଥିଲେ ଆଶୀର୍ବାଦ ସା, ଆଶିଷଦେବ ସା, ଅଶ୍ଵିନୀ ଭୁକ୍ତା ଏବଂ ପ୍ରତାପ ଭୁକ୍ତା । ହଳଦୀ ଇଲେଭେନ୍ ବ୍ରଦର୍ସ ଫୁଟବଲ୍ ଆସୋସିଏନର ସଭାପତି ବିକି ଭୋଇ, ସମ୍ପାଦକ ବିଦ୍ୟାଧର ପୋଡ଼, କୋଷାଧ୍ୟକ୍ଷ ଗୁଣନିଧି ପୋଢ଼, ଚିତ୍ରସେନ ହାତୀ, ସୁନୀଲ ହାତୀ, ଫଣିନ୍ଦ୍ର ହାତୀ, ଝୁନୁ ପୋଢ଼, ହେମରାଜ ବାଗଙ୍କ ନେତୃତ୍ୱରେ ଏହି ମ୍ୟାଚ୍ ଆୟୋଜିତ ହୋଇଥିଲା । ଫାଇନାଲ ମ୍ୟାଚ୍ ରେ ବେଷ୍ଟ୍ ଗୋଲ କିପର ଭାବେ ସଞ୍ଜୟ ଛତ୍ରିଆ, ବେଷ୍ଟ ଡିଫେନ୍ସ ଭାବେ ବଉଦ ଏବଂ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳାଳୀ ହିସାବରେ ବିନୋଦ ନାଗକୁ ଆୟୋଜକ କମିଟି ତରଫରୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ