Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଶ୍ଚର୍ଯ୍ୟ, ବିଶ୍ୱାସ ନହେଲେ ବି ସତ।ଲକ୍ଷ୍ମୀପୁର ଥାନା ସମ୍ମୁଖ ରବର ଗଛ ରେ ଭୁତ !

ଲକ୍ଷ୍ମୀପୁର ପୁରୁଣା ଥାନା ସମ୍ମୁଖରେ ଥିବା ରବର ଗଛ ରେ ଭୁତ, ଏକଥା ଆଶ୍ଚର୍ଯ୍ୟ ଓ ଅବିଶ୍ୱାସନୀୟ ହେଲେ ବି ସତ… ଏହି ଭୁତ ଭଳି ଦୃଶ୍ୟ କୁ ରାତ୍ର ରେ ପେଟ୍ରୋଲିଙ୍ଗ କରୁଥିବା ହୋମ ଗାର୍ଡ ଦେଖିବା ପରେ ମୋବାଇଲ ରେ ସେହି ଦୃଶ୍ୟ କୁ କଏଦ କରିଛନ୍ତି…ଲକ୍ଷ୍ମୀପୁର ଥାନା ର ହୋମଗାର୍ଡ ଏ. ଵାଲା ରାଜୁ ଓ କନଷ୍ଟେବଲ  ସୁଜିତ ପଣ୍ଡା ଙ୍କ ସହ କିଛି ସାଥି ରାତିରେ ଲକ୍ଷ୍ମୀପୁର ସହର ପ୍ରହର (ରାତ୍ର ପେଟ୍ରୋଲିଙ୍ଗ) କରୁଥିବା ବେଳେ ପୁରୁଣା ଥାନା ନିକଟରେ ଏକ ଅଦୃଶ୍ୟ ଜୀବ ଦେଖି ଭୟଭୀତ ହୋଇଯାଇଥିଲେ…ରାତି ପ୍ରାୟ ସାଢେ ୧୨ ଟା ସମୟରେ ବିଦ୍ୟୁତ ନଥିଲା, ଅଦୃଶ୍ୟ ଜୀବ ରବର ଗଛ ତଳେ ରହିଥିବା ବେଳେ ଏମାନେ ଦେଖିଥିଲେ, ପରେ ବିଦ୍ୟୁତ ଆସିବା କ୍ଷଣି ରବର ଗଛ ଉପରକୁ ଚାଲି ଯାଇଥିଲା.. କିଏ କଣ ଭାବି ମୋବାଇଲ ରେ ସଙ୍ଗେ ସଙ୍ଗେ ଫୋଟୋ କାଢି ଥିଲେ…ଆଖି ସାମ୍ନାରେ ବଡ଼ ବଡ଼ ନଖ ସହ, ପତଳା ପତଳା ହାତ ଗୋଡ଼ ସହ ବିଭଶ୍ଚ ରୂପ ଭଳି ଏକ ବିଚିତ୍ର ଜୀବ କୁ ଦେଖି ସେହି ଦୃଶ୍ୟ କୁ ଫୋଟ ଓ ଭିଡିଓ କାଢି ଭୟରେ ସେଠାରୁ ଦୌଡ଼ି ଆସିଥିଲେ.. ପରେ ଅନ୍ୟ ସାଥି ମାନଙ୍କୁ କହି ପୁଣି ଯାଇ ଦେଖିବା ବେଳକୁ ସେଠାରେ ଆଉ କିଛି ନଥିଲା…ଏହି ଘଟଣା ପରେ ଉଭୟ ସମ୍ପୂର୍ଣ ଭାବେ ଭୟଭୀତ ହୋଇ ରହିଥିବା ବେଳେ ଉକ୍ତ ଭିଡିଓ ଓ ଫୋଟ କୁ ଯେ କେହିବି ଦେଖିବ ନିଶ୍ଚୟ ଭୁତ ହିଁ ବୋଲି କହିବ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ