Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗିର ଜିଲ୍ଲାର ୨ ଟି ମ୍ୟୁନିସିପାଲଟି ୩ ଟି ଏନ୍ ଏ ସି ଏବଂ ୧୪ ଟି ବ୍ଲକ୍ ପାଇଁ ବିଜେଡିର ନୂତନ ସଭାପତି ନିଯୁକ୍ତ ।

ବଲାଙ୍ଗିର,୧୯/୦୨: ବିଜେଡ଼ି ଦଳ ବଲାଙ୍ଗିର ଜିଲ୍ଲାର ୨ ଟି ମ୍ୟୁନିସିପାଲଟି ୩ ଟି ଏନ୍ ଏ ସି ସମେତ ୧୪ ଟି ବ୍ଲକ୍ ପାଇଁ ପାଇଁ ନୂତନ ସଭାପତି ନିଯୁକ୍ତି କରିଛି । ଏନେଇ ରାଜ୍ୟ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଚିଠି ସଂଖ୍ୟା ୩୯/୦୨/ଏସ୍ ବି /ବିଜେଡ଼ି/୨୦୨୬ ତାରିଖ ୧୮/୦୨/୨୦୨୬ ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ପ୍ରକାଶ ପାଇଛି । ଏଥିରେ ବଲାଙ୍ଗୀର ମ୍ୟୁନିସିପାଲଟି ପାଇଁ ଶମ୍ଭୁ ନାଗ, ବଲାଙ୍ଗୀର ବ୍ଲକ୍ ପାଇଁ ନିହାର ରଞ୍ଜନ ସ୍ବାଇଁ, ଦେଓଗାଁ ବ୍ଲକ୍ ପାଇଁ ଅଚ୍ୟୁତ୍ ମିଶ୍ର, ତୁରେକେଲା ବ୍ଲକ୍ ପାଇଁ ଖୁସିରାମ ନାଏକ, ମୁରିବାହାଲ ବ୍ଲକ୍ ପାଇଁ ସନ୍ୟାସୀ ପୁଟେଲ , ବଙ୍ଗୋମୁଣ୍ଡା ବ୍ଲକ୍ ପାଇଁ ରାଧେଶ୍ୟାମ କେତକୀ, କଣ୍ଟାବାଞ୍ଜି ଏନ୍ ଏ ସି ପାଇଁ କିଶୋର ମଛଖଣ୍ଡ, ଆଗଲପୁର ବ୍ଲକ୍ ପାଇଁ ଉତ୍ତମ ଭୋଇ, ଲୋଇସିଂହା ବ୍ଲକ୍ ପାଇଁ ସରୋଜ ବେହେରା, ପୁଇଁନ୍ତଲା ବ୍ଲକ୍ ପାଇଁ ବିଷ୍ଣୁ ପଟେଲ, ପାଟଣାଗଡ଼ ବ୍ଲକ୍ ପାଇଁ ହିମାଚଳ ପ୍ରଧାନ, ବେଲପଡ଼ା ବ୍ଲକ୍ ପାଇଁ ବିଜୟ କୁମାର ମେହେର, ଖପ୍ରାଖୋଲ ବ୍ଲକ୍ ପାଇଁ ରମେଶ ପଧାନ, ପାଟଣାଗଡ଼ ଏନ୍ ଏ ସି ପାଇଁ ପ୍ରମୋଦ ମେହେର, ଗୁଡଭେଲା ବ୍ଲକ୍ ପାଇଁ ପୃଥି ନନ୍ଦ, ସଇଁତଳା ବ୍ଲକ୍ ପାଇଁ ସୁବାଷ ବୁଡେକ୍, ଟିଟିଲାଗଡ ବ୍ଲକ୍ ପାଇଁ କୃଷ୍ଣଚନ୍ଦ୍ର ହାତୀ, ଟିଟିଲାଗଡ ମ୍ୟୁନିସିପାଲଟି ପାଇଁ ଶ୍ୟାମ ପ୍ରସାଦ ଗରିଆ ଏବଂ ତୁଷୁରା ଏନ୍ ଏ ସି ପାଇଁ ଅଜୟ ଜେଶ୍ୱାଲକୁ ସଭାପତି ଭାବେ ନିଯୁକ୍ତ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ