Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋରାପୁଟ ଜିଲ୍ଲା ଶୁଣ୍ଢୀ ସମାଜ ର ସମ୍ମିଳନୀ ଅନୁଷ୍ଠିତ

କୋରାପୁଟ ୧୯/୦୨ … କୋରାପୁଟ ଜିଲ୍ଲା ଶୁଣ୍ଢୀ ସମାଜର ସମ୍ମିଳନୀ କୋରାପୁଟ ଅତିଥି ଭବନ ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ସେନାପତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶୁଣ୍ଢୀ ସଙ୍ଘ ଉପଦେଷ୍ଟା ମୁଖ୍ୟ କଦଣ୍ଡ ଚୌଧୁରୀ, ଜୟପୁର ଶୁଣ୍ଢୀ ସମାଜ ର  ପୂର୍ବତନ ସଭାପତି ନିହାର ରଞ୍ଜନ ବିଶୋଇ, ନାରାୟଣ ବିଶୋଇ,ପ୍ରତାପ ଚୌଧୁରୀ,  କପିଳେଶ୍ଵର ବିଶୋଇ,ମମତା ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୂଜାର୍ଚନା କରିଥିଲେ..କାର୍ଯ୍ୟକ୍ରମ ରେ ଜିଲ୍ଲାର ୧୪ ଟି ବ୍ଲକ ମଧ୍ୟରୁ ୧୧ଟି ବ୍ଲକ ର ଶୁଣ୍ଢୀ ସମାଜ ର  ସଭାପତି, ସମ୍ପାଦକ ଙ୍କ ସମେତ ପଦାଧିକାରୀ ମାନେ ଯୋଗ ଦେଇଥିଲେ।ଶୁଣ୍ଢୀ ସମାଜ ର ଉନ୍ନତି ସକାଶେ କଣ କଣ ପଦକ୍ଷେପ ନିଆଯାଉଛି ସେ ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା…କେବଳ କୋରାପୁଟ ଜିଲ୍ଲା ରେ ନୁହଁ ଓଡ଼ିଶାର ପ୍ରତ୍ୟକ ଜିଲ୍ଲା ରେ ଶୁଣ୍ଢୀ ସମ୍ପ୍ରଦାୟ ର ଲୋକେ ବସବାସ କରୁଥିବା ବେଳେ ସମସ୍ତ ଜିଲ୍ଲା ରେ ଶୁଣ୍ଢୀ କମିଟି ରହିଛି, ତେଣୁ ରାଜ୍ୟ ସ୍ତରୀୟ ସମସ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେବା ସକାଶେ ନିଜ ନିଜ କମିଟି କୁ ସୁଦୃଢ କରିବା ସକାଶେ ପରାମର୍ଶ ଦିଆ ଯାଇଥିଲା…କମିଟିର ଅବଧି ସମାପ୍ତ ହୋଇଥିବା କାରଣରୁ ଜିଲ୍ଲାର ଏକ ନୂତନ କମିଟି ସହମତି କ୍ରମେ ଚୟନ କରାଯାଇଥିଲା, ଏଥିରେ ଶୁଣ୍ଢୀ ସମାଜର ଜିଲ୍ଲା ସଭାପତି ଭାବେ ଡ଼. ନାରାୟଣ ବିଶୋଇ ବିଶୋଇ, ଉପ ସଭାପତି ଭାବେ ବୁଲୁ ଚୌଧୁରୀ,କାର୍ଯ୍ୟକାରୀ ସଭାପତି ମାନସ ବିଶୋଇ,ସମ୍ପାଦକ  କପିଳେଶ୍ଵର ବିଶୋଇ, ମହିଳା ସଭାନେତ୍ରୀ ମମତା ଚୌଧୁରୀ,
ଉପଦେଷ୍ଟା ଭାବେ ପରମେଶ୍ୱର ସାହୁ, ସୁବାସ ସେନାପତି,ମାଧବ ଚୌଧୁରୀ, ନିହାର ରଞ୍ଜନ ବିଶୋଇ, ନାଗେଶ ଚୌଧୁରୀ, ପ୍ରତାପ ଚୌଧୁରୀ ଭାସ୍କର ଚନ୍ଦ୍ର ବିଶୋଇ, ସିମାଞ୍ଚଳ ଚୌଧୁରୀ ଙ୍କୁ ଚୟନ କରାଯାଇଥିଲା.. ଏଥି ସହ ଜିଲ୍ଲା ସ୍ତରର ସଂଗଠନ କୁ ସୁଦୃଢ ସକାଶେ  ଏକ କାର୍ଯ୍ୟକାରୀ ଟିମ ଗଠନ କରାଯାଇଥିଲା ଯେଉଁଥିରେ ପ୍ରତ୍ୟକ ବ୍ଲକ ର ଦୁଇ ଜଣ ଲେଖାଏଁ ସଦସ୍ୟ ଙ୍କୁ ମନୋନୀତ କରାଯାଇଥିଲା..ସଭା ଶେଷରେ ସଭନେତ୍ରୀ ମମତା ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ..

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ