ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଜମନକିରା ରେଞ୍ଜ ଭୋଜପୁର ଓ ବଡରମା କାର୍ଯ୍ୟାଳୟ ଠାରେ ବାନାଗ୍ନି ନେଇ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି
ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ଜମନକିରା ରେଞ୍ଜ ଭୋଜପୁର ଏବଂ ବଡରମା କାର୍ଯ୍ୟାଳୟ ଠାରେ ବାନାଗ୍ନି ନେଇ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ପୂର୍ବାହ୍ନ ସାଢେ଼ ୧୦ଟା ସମୟରେ ଜମନକିରା ରେଞ୍ଜ ଭୋଜପୁର କାର୍ଯ୍ୟାଳୟରେ ରେଞ୍ଜର ଲଷ୍ମୀନାରାୟଣ ନାଏକଙ୍କ ତତ୍ୱା ବଧାନରେ ବନାଗ୍ନୀ ସଚେତନତା ରଥର ଶୁଭାରମ୍ଭ ବାମରା ଡ଼ିଏଫଓ ବିକ୍ରମଦେବ ପଟ୍ଟନାୟକ ଫିତା କାଟି ପତାକା ଦେଖାଇ ଶୁଭ ଉଦଘାଟନ କରିଥିବା ବେଳେ ଅନୁରୂପ ଭାବେ ଅପରାହ୍ନ ସାଢେ଼ ୩ ଟା ସମୟରେ ବଡରମା ରେଞ୍ଜ କାର୍ଯ୍ୟାଳୟ ଠାରେ ବଡରମା ରେଞ୍ଜର ଗିରିଧାରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ମଧ୍ୟ ରଥର ଶୁଭାରମ୍ଭ କରାଯାଇଛି। ଉଭୟ କାର୍ଯ୍ୟକ୍ରମରେ ଡିଏଫଓ ପଟ୍ଟନାୟକଙ୍କ ସମେତ ବାମରା ଏସିଏଫ ଆଲୋକ କୁମାର ଷଡ଼ଙ୍ଗୀ, ରେଶମା ଲାକ୍ରା, ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି, ସମାଜସେବୀ ଦୁଷ୍ମନ୍ତ ନାୟକ, ଭୋଜପୁର ଫରେଷ୍ଟର ହେମନ୍ତ ମିଶ୍ର, ବିଞ୍ଜିପାଲି ଫରେଷ୍ଟର ଅସିତ ଜେନା, ଜମନକିରା ଫରେଷ୍ଟର ଶିଶିର ସାମଲ, ଫରେଷ୍ଟର ଚନ୍ଦ୍ରଶେଖର ଭୋଇ, ବଦରମା ଫରେଷ୍ଟର ଆନନ୍ଦ ପରିଡ଼ା, ତରୁଣ ଦ୍ବିବେଦୀ, ଆଜମେର ଜୟପୂରିଆଙ୍କ ସହ ଭୋଜପୁର ଓ ବଡରମା ଅଞ୍ଚଳର ଜନସାଧାରଣ, ଫରେଷ୍ଟର, ବିଭାଗୀୟ କର୍ମଚାରୀ, ଫରେଷ୍ଟ ଗାର୍ଡ, ବିଟ ଗାର୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଡ଼ିଏଫଓ ପଟ୍ଟନାୟକ ଉପସ୍ଥିତ ଥିବା ଜନସାଧାରଣଙ୍କୁ କିଭଳି ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା କରିହେବ ଏବଂ କେଉଁ କେଉଁ କାରଣରୁ ଜଙ୍ଗଲରେ ନିଆଁ ଲାଗିଥାଏ ସେ ସମ୍ପର୍କରେ ସମସ୍ତଙ୍କୁ ବିସ୍ତୃତ ଭାବେ ନିଜ ବକ୍ତବ୍ୟ ମାଧ୍ୟମରେ ସଚେତନ କରାଇଥିଲେ। ବର୍ତମାନ ସମୟରେ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ବେଶି ଥିବାରୁ ବନ ବିଭାଗୀୟ କର୍ମଚାରୀ ମାନଙ୍କୁ ସଜାଗ ରହିବା ସହିତ ସକାଳ ୧୧ ଟା ପରେ ଯଦି କୌଣସି ବ୍ୟକ୍ତିଙ୍କୁ ଜଙ୍ଗଲରେ ଦେଖିବାକୁ ପାଇଲେ ତାକୁ ତାଗିଦ କରିବାକୁ ମଧ୍ୟ ଉପଦେଶ ଦେଇଥିଲେ। ଆଗାମୀ ଦିନରେ ଏହି ରଥ ଜମନକିରା ବ୍ଲକ ଅଧିନସ୍ଥ ବିଭିନ୍ନ ଅଞ୍ଚଳ ଭ୍ରମଣ କରି ଜନସାଧାରଣଙ୍କୁ ସଚେତନ କରିବ ବୋଲି କହିଥିଲେ।

