Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକ ସ୍ତରୀୟ ଅଷ୍ଟମ ବାର୍ଷିକ ଶିକ୍ଷକ ଶିକ୍ଷୟିତ୍ରୀ ସମାବେଶ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସ୍ତରୀୟ ୮ମ ଶିକ୍ଷକ ଶିକ୍ଷୟିତ୍ରୀ ସମାବେଶ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାଥମିକ ଶିକ୍ଷକ ସଂଘ ବ୍ଲକ ସଭାପତି ଶ୍ରୀକାନ୍ତ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ସହକାରୀ ଶିକ୍ଷା ଅଧିକାରିଣୀ ଦେବକୀ ନାଏକ ଯୋଗଦେଇ ଶିକ୍ଷା ଓ ଶିକ୍ଷା ନୀତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦାୟିତ୍ଵ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ।ସମ୍ମାନିତ ଅତିଥି ଭାବେ ସମ୍ପାଦକ କାର୍ତ୍ତିକ କିସାନ, ପୁରୁଣା ପେନସନ ଶିକ୍ଷକ ସଂଘ ସଭାପତି ପ୍ରଣବ କୁମାର ପଟେଲ, ନୂତନ ପେନସନ ଶିକ୍ଷକ ସଂଘ ସଭାପତି ପ୍ରଶାନ୍ତ ପଣ୍ଡା, ଗଣ ଶିକ୍ଷକ ସଂଘ ସଭାପତି ନରହରି ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଶିକ୍ଷକ ସଂଘର ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ। ଏହିକ୍ରମରେ ଶିକ୍ଷୟିତ୍ରୀ ସସ୍ମିତା ନାୟକ, ମନୋରମା ମାଝୀ ଏବଂ ଅବସରପ୍ରାପ୍ତ ଶିକ୍ଷକ ଦିଲୀପ ବହିଦାର ପ୍ରମୁଖ ହୃଦୟସ୍ପର୍ଶୀ ସଙ୍ଗୀତ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମକୁ ସିଆରସି ପ୍ରତାପ କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ବାନିଶ୍ରୀ ମିଶ୍ର ଓ ମଧୁମିତା ସାହୁ ପ୍ରମୁଖ ସହଯୋଗ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଅମୃତ ବାଘ, ବାର୍ତାଲ ମୁଣ୍ଡା, ଲୋହିତ ନନ୍ଦ ବେହେରା, ସତ୍ୟ ସୁନ୍ଦର ପାଗଳ, ଦେବାର୍ଚନ ଠାକୁର, କେଦାର ଚରଣ ବାରିକ, ଶ୍ରୀବତ୍ସ ପ୍ରଧାନ, ସଦାଶିବ ସାହୁ, ପ୍ରଶାନ୍ତ ନାୟକ ଏବଂ ଭରତ ନାଥ ପ୍ରମୁଖଙ୍କୁ ଉପଢ଼ୌକନ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବୀଣା ପଟେଲ ଓ ମଞ୍ଜୁରାଣି ପାଣିଗ୍ରାହିଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ମଝିରେ କଣ୍ଠଶିଳ୍ପୀ ତଥା ଶିକ୍ଷୟିତ୍ରୀ ସୁସ୍ମିତା ନାୟକ, ସାଗରିକା ତରିଆ, ଶିକ୍ଷକ ପଞ୍ଚାନନ ମହାନନ୍ଦିଆ ଓ ଦିଲୀପ ବହିଦାର ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ।ଶେଷରେ ସମ୍ପାଦକ କିସାନ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନ ସାଢେ଼ ୪ଟା ସମୟରେ ସୁକାନ୍ତ ପଟେଲଙ୍କ ରଚିତ ନାଟକ ଏବଂ ନେତ୍ରାନନ୍ଦ ପୃଷେଠଙ୍କ ନିର୍ଦ୍ଦେଶନାରେ ରଚିତ ନାଟକ “ସବୁକଥା ଈନେ ” ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ପରିବେଷଣ ବେଶ ମନ୍ତ୍ରମୁଗ୍ଧ କରିଥିଲା। ଏଥିରେ ବ୍ଲକ ଅଞ୍ଚଳରୁ ପ୍ରାୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ