Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କୁ କଡ଼ା ସମାଲୋଚନା କଲେ ବାବା ରାମଦେବ; କହିଲେ…

ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ବାବା ରାମଦେବ। ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ମହିଳା କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି ବାବା ରାମଦେବ। ବ୍ରିଜ ଭୂଷଣଙ୍କୁ କଡ଼ା ସମାଲୋଚନା କରିବା ସହିତ ତାଙ୍କୁ ଜେଲ୍‌ରେ ପୂରାଇବା ଦରକାର ବୋଲି ରାମଦେବ କହିଛନ୍ତି।

ରାମଦେବ ଏହା ମଧ୍ୟ କହିଛନ୍ତି ଯେ ଡବ୍ଲୁଏଫ୍ଆଇ ମୁଖ୍ୟଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଏଭଳି ଲୋକଙ୍କୁ ଶୀଘ୍ର ଗିରଫ କରାଯିବା ଉଚିତ। ରାମଦେବ ଆହୁରି କହିଛନ୍ତି ଯେ ସେ ପ୍ରତିଦିନ ମାଆ ଭଉଣୀଙ୍କ ବିଷୟରେ ନିରର୍ଥକ କଥା କୁହନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଏହା ପାପ ମଧ୍ୟ।”

ରାଜସ୍ଥାନର ଭିଲୱାରାରେ ଏକ ତିନିଦିନିଆ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଲୋକଙ୍କୁ ଯୋଗ ଶିଖାଉଥିବା ବେଳେ ରାମଦେବଙ୍କୁ ବ୍ରିଜ ଭୂଷଣଙ୍କ ବିଷୟରେ ପଚରାଯାଇଥିଲା। ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ବି କାହିଁକି ତାଙ୍କୁ ଗିରଫ କରାଯାଉ ନାହିଁ ବୋଲି ପଚାରିବାରୁ ରାମଦେବ କହିଥିଲେ ମୁଁ କେବଳ ପ୍ରତିକ୍ରିୟା ଦେଇପାରିବି।  ତାଙ୍କୁ ଜେଲ୍‌ରେ ରଖିପାରିବି ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ