ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା!
ଭୁବନେଶ୍ଵର,୩।୩: ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ରାଜ୍ୟସଭା ନିର୍ବଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ୨୦୨୬ ହେବ । ଆଉ ଏଥିପାଇଁ ବିଭିନ୍ନ ରାଜ୍ୟର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଭିନ୍ନ ରାଜ୍ୟର ପ୍ରାର୍ଥୀଙ୍କ ନାମରେ ବାଜିଛି ମୋହର ।
ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶାର ବିଜେପି ପକ୍ଷରୁ ଦୁଇ ଜଣଙ୍କୁ ନାମରେ ମୋହର ବାଜିଛି। ବିଜେପିର ସଭାପତି ଶ୍ରୀ ମନମୋହନ ସାମଲ ଏବଂ ଶ୍ରୀ ସୁଜିତ କୁମାରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।
ବିଜେପି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ରାଜ୍ୟସଭା ନିର୍ବାଚନ ପାଇଁ ଅନ୍ୟ ରାଜ୍ୟର ପ୍ରାର୍ଥୀମାନଙ୍କ ନାମ ଉପରେ ମଧ୍ୟ ବାଜିଛି ମୋହର।
ବିହାରରୁ ଶ୍ରୀ ନିତିନ ନବୀନ ଏବଂ ଶ୍ରୀ ଶିବେଶ କୁମାରଙ୍କୁ ଚୟନ କରାଯାଇଥିଲା ବେଳେ ଆସାମରୁ ଶ୍ରୀ ତେରାଶ ଗୋୱାଲା ଏବଂ ଶ୍ରୀ ଜୋଗେନ ମୋହନଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ସେହିପରି ଛତିଶଗଡ଼ରୁ ଶ୍ରୀମତୀ ଲକ୍ଷ୍ମୀ ବର୍ମାଙ୍କ ନାମରେ ମୋହର ବାଜିଥିବା ବେଳେ ହରିୟାଣାରୁ ଶ୍ରୀ ସଞ୍ଜୟ ଭାଟିଆ ଏବଂ ପଶ୍ଚିମବଙ୍ଗରୁ ଶ୍ରୀ ରାହୁଲ ସିହ୍ନାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

