Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଏ ହାତେଇବ ରାଜ୍ୟସଭାର ଚତୁର୍ଥ ସିଟ?

ଭୁବନେଶ୍ଵର,୩।୩: ଆସନ୍ତା ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ! ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଓଡିଶା ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେପି ସଭାପତି ଶ୍ରୀ ମନ ମୋହନ ସାମଲ ଏବଂ ଶ୍ରୀ ସୁଜିତ କୁମାରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା ହୋଇଛି। ଅନ୍ୟପଟେ ବିଜେପି ନେତା ଦିଲ୍ଲୀପ ରାୟ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ବୋଲି ସୂଚନା ଦେଇଛନ୍ତି।

ସୂଚନଯୋଗ୍ୟ, ଗତ ଫ୍ରେବୃଆରି ୨୮ ରେ ବିଜେଡ଼ି ପକ୍ଷରୁ ଶ୍ରୀ ସଂତୃପ୍ତ ମିଶ୍ର ଏବଂ ଶ୍ରୀ ଦତ୍ତେଶ୍ୱର ହୋତାଙ୍କୁ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ତେବେ ପୂର୍ବର ରାଜନୀତି ଗଣନା ଅନୁସାରେ, ବିଜେପିକୁ ଦୁଇଟି ସିଟ ଏବଂ ବିଜେଡ଼ି ଗୋଟିଏ ସିଟ ମିଳିବା ନେଇ ଦୃଢ଼ତି ରହିଥିଲା। କିନ୍ତୁ ପ୍ରକୃତ ଅଙ୍କ କଷାକଷି ହେଉଛି ଚତୁର୍ଥ ସିଟ କୁ ନେଇ। ବିଜେଡ଼ି ପକ୍ଷରୁ ତୃତୀୟ ସିଟ ପାଇଁ ଚୟନ ହୋଇଥିବା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ସିଟ ମିଳିବା ନେଇ ନିଶ୍ଚିତ ହୋଇଥିବା ବେଳେ ଦ୍ଵନ୍ଦ ରହିଛି ଚତୁର୍ଥ ପ୍ରାର୍ଥିଙ୍କୁ ନେଇ। ଅବଶ୍ୟ ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସର ମଧ୍ୟ ସମର୍ଥନ ଦେଇଛି। ଯଦି କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦିଏ ତେବେ ବିଜେଡ଼ି ଚତୁର୍ଥ ଆସନ ନିଜ ନାଁରେ କରିବ।

କିନ୍ତୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ପୁର୍ବରୁ ବିଜେପିର ଦୁଇଟି ରାଜ୍ୟସଭା ସିଟ କନ୍ଫର୍ମ ବୋଲି କୁହାଯାଉଛି କାରଣ ଦୁଇଟି ସିଟ ବିଜେପିର ରହିଥିଲା। ବିଜେପି ଦୁଇଟି ପ୍ରାର୍ଥିରୁ ଅଧିକ ପ୍ରାର୍ଥୀ ଦେବ ବୋଲି ଆଶା କରାଯାଉଥିଲା। କାରଣ ଶାସକ ଦଳ ଅନୁସାରେ ଚଟୁର୍ଥ ସିଟକୁ ନିଜ ଅକ୍ତିଆରରେ ଆଣିବାକୁ ରଣନୀତି ପ୍ରସ୍ତୁତ କରିବା ନେଇ ମଧ୍ୟ ଆଲୋଚନା ଜୋର୍ ଧରିଥିଲା। କିନ୍ତୁ ବିଜେପି ଦେଇଛି ମାତ୍ର ଦୁଇ ପ୍ରାର୍ଥୀ। ସେପଟେ ବିଜେପି ନେତା ଦିଲ୍ଲୀପ ରାୟ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ବୋଲି ସୂଚନା ଦେଇଛନ୍ତି। ଏଥିପାଇଁ ସେ ରାଜ୍ୟ ସ୍ତରରେ ଏବଂ କେନ୍ଦ୍ରୀୟ ସ୍ତରରେ ସମର୍ଥନ ପାଇଁ ସହଯୋଗ ପାଇଁ ଆଲୋଚନା କରିବେ ବୋଲି କହିଛନ୍ତି। ଅବଶ୍ୟ ବିଜେପି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଆଲୋଚନା କଳ୍ପନା କଳ୍ପନା ମଧ୍ୟରେ କିଏ ହାତେଇବ ରାଜ୍ୟସଭାର ଚତୁର୍ଥ ସିଟ ତାହା ଆଗାମୀ ସମୟ କହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ