Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲ ବ୍ଲକ୍ ରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ; ଶ୍ରେଣୀ ଗୃହ ଅଭାବରୁ ଚାନ୍ଦୁଆ ତଳେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ।

ବଲାଙ୍ଗୀର, ୦୯/୦୩: କେଉଁଠି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ଅଭାବ ଯୋଗୁଁ ତ କେଉଁଠି ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟକୁ ଭଲ ରାସ୍ତା ଟିଏ ନଥିବା କାରଣରୁ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ବାଧାପ୍ରାପ୍ତ ହେଇଥିବା ଘଟଣା ଅନେକ ସମୟରେ ନଜର ଆସିଛି ହେଲେ ଆଜି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ)ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବରୁ ବିଦ୍ୟାଳୟ ବାରଣ୍ଡାରେ ଚାନ୍ଦୁଆ ଟାଣି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରାଯାଉଛି । ଫଳରେ ଛାତ୍ରଛାତ୍ରୀ ବାହାରେ ବସି ପରୀକ୍ଷା ଦେଉଛନ୍ତି । ଉକ୍ତ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଶିକ୍ଷାଦାନ ନିମନ୍ତେ ୭ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି ହେଲେ ମାତ୍ର ୨ ଟି ଶ୍ରେଣୀ ଗୃହ ରହିଛି । ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଛି କିନ୍ତୁ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଗାଁରେ ଅନ୍ୟ ସ୍ଥାନରେ ବିଦ୍ୟାଳୟର ୩ ଟି କୋଠରୀ ଏକ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ହସ୍ତାନ୍ତର କରାଯାଇ ନଥିବାରୁ ୨ ଟି ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉଛି । ପରୀକ୍ଷା ଯୋଗୁଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ବାରଣ୍ଡାରେ ଚାନ୍ଦୁଆ ଟାଣି ପରୀକ୍ଷା କରାଯାଉଥିବା ଜଣାପଡିଛି । ଏନେଇ ମୁରିବାହାଲ ବିଇଓ ଶାନ୍ତନୁ କୁମାର ପଢ଼ିଆରିଙ୍କୁ ତାଙ୍କର ପ୍ରତିକ୍ରିୟା ନେବାକୁ କଲ୍ କରାଯାଇଥିବା ବେଳେ ସେ କଲ୍ ଉଠାଇ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ