Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ୟାସ ପାଇଁ ଲମ୍ବା ଲାଇନ, ଗୋଟିଏ ଦିନରେ ସରିଗଲା ୫୨୫ ଟି ହାଣ୍ଡି..

ଲକ୍ଷ୍ମୀପୁର ୧୪/୦୩ …. ଯୁଦ୍ଧ ର ପ୍ରଭାବ ଭାରତ ବର୍ଷ ର ଅନେକ ରାଜ୍ୟ ରେ ପଡ଼ିଥିବା ବେଳେ ଓଡିଶା ର କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେ ମଧ୍ୟ ଦେଖିବାକୁ ମିଳିଛି.. ଗତ ତିନି ଦିନ ହେଲା ଲକ୍ଷ୍ମୀପୁର ରେ ଗ୍ୟାସ ନଥିବା କାରଣରୁ କିଛି ମାତ୍ରା ରେ ଅସୁବିଧା ହୋଇଥିବା ବେଳେ ଶନିବାର ଦିନ ଗୋଟିଏ ଗାଡି ରେ ପାଞ୍ଚ ଶହ ପଚିଶି ଟି ଗ୍ୟାସ ହାଣ୍ଡି ପହଂଚି ଥିଲା, ଇଣ୍ଡିଆନ ଗ୍ୟାସ ପହଂଚିବା ଜାଣି ଗ୍ୟାସ ବିତରଣ କାଉଣ୍ଟର ରେ ଲମ୍ବା ଲାଇନ ଲାଗି ଯାଇଥିଲା, ଏହି ଲକ୍ଷ୍ମୀପୁର ବିତରଣ କେନ୍ଦ୍ର ରୁ ବନ୍ଧୁଗାଁ ନାରାୟଣ ପାଟଣା ବ୍ଲକ ସମେତ କାକିରିଗୁମା ଅଂଚଳ କୁ ଇଣ୍ଡିଆନ ଗ୍ୟାସ ଯାଉଥିବା କାରଣରୁ ସମସ୍ତ ଅଞ୍ଚଳ କୁ ପଠା ଯାଇଥିଲା, ସନ୍ଧ୍ୟା ସୁଧା ସମସ୍ତ ୫୨୫ଟି ହାଣ୍ଡି ସରି ଯାଇଥିବା ବେଳେ ଆସନ୍ତା ସୋମବାର ଦିନ ପୁଣି ଆସିବ ବୋଲି ଜଣାପଡିଛି… କେବଳ ଘରୋଇ ବ୍ୟବହାର ସକାଶେ
ଡମେସ୍ଟିକ ଗ୍ୟାସ ହାଣ୍ଡି ଆସିଥିବା ବେଳେ କମରସିଆଲ ବ୍ୟବସାୟିକ ଗ୍ୟାସ ହାଣ୍ଡି ଆସିନଥିବା କାରଣରୁ ବ୍ୟବସାୟୀ ମାନେ ହୋଟେଲ ଖୋଲି ପାରୁନାହାନ୍ତି, ସେପଟେ ଗ୍ୟାସ ର କଳା ବଜାର କୁ ଦୃଷ୍ଟି ରେ ରଖି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ଜିଲ୍ଲାପାଳ ସତ୍ୟବାନ ମହାଜନ ସ୍ପଷ୍ଟି କରଣ ଦେଇଥିବା ବେଳେ ପ୍ରକୃତ ରେ ଗ୍ୟାସ ର ଏହି ନିଅଁଟିଆ ବଜେଟ ସାଧାରଣ ଖାଉଟି ଙ୍କୁ ଆଗାମୀ ଦିନରେ ଅସୁବିଧା ପକାଇବ ବୋଲି ଅନେକ ଲୋକେ ପ୍ରକାଶ କରିଛନ୍ତି… ଶନିବାର ଦିନ ଶିକ୍ଷକ ଶିକ୍ଷୟତ୍ରୀ ଠାରୁ ଆରମ୍ଭ କରି କିଛି ସରପଞ୍ଚ ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ ଲମ୍ବା ଲାଇନ ରେ ଦୀର୍ଘ ସମୟ ଲେଖାଏଁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା…ଗ୍ୟାସ ର କୌଣସି କଳା ବଜାରୀ ହଉନାହିଁ, ବିନା ରେଜିଷ୍ଟ୍ରେସନ ଓ ଖାତା ବିନା କାହାରିକୁ ମଧ୍ୟ ଗ୍ୟାସ ପ୍ରଦାନ କରାଯାଉନାହିଁ, ବ୍ୟବସାୟିକ ଗ୍ୟାସ ଶନିବାର ପହଂଚିନାହିଁ, ସୋମବାର ଆସିଲେ ପ୍ରଦାନ କରାଯିବ ବୋଲି ଗ୍ୟାସ ବିତରକ ନିର୍ମଳା ଖୋସଲା ପ୍ରକାଶ କରିଛନ୍ତି, ଅଯଥା ରେ ଲୋକେ ଲମ୍ବା ଲାଇନ ଲଗାଇ ରହୁଛନ୍ତି, ଅନ ଲାଇନ ରେ ରେଜିଷ୍ଟ୍ରସନ କଲେ ଘରେ ଘରେ ପହଂଚୁ ଛି ଗ୍ୟାସ ବୋଲି ସେ କହିଛନ୍ତି..

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ