ଜାତୀୟ ଜନଗଣନା-୨୦୨୭ର ବ୍ରାଣ୍ଡ୍ ଆମ୍ବାସଡର ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ଭୁବନେଶ୍ୱର,୧୮।୩: ବାଲୁକା ଶିଳ୍ପୀଙ୍କୁ ମିଳିଛି ନୂଆ ପରିଚୟ। ୨୦୨୭-ଜାତୀୟ ଜନଗଣନା ବ୍ରାଣ୍ଡ୍ ଆମ୍ଵାସଡର ହେଲେ ସୁଦର୍ଶନ ପଟ୍ଟନାୟକ । ନିର୍ବାଚନ କମିଶନଙ୍କ ପକ୍ଷରୁ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି। ଲୋକଙ୍କୁ ସଚେତନ କରିବେ ସୁଦର୍ଶନ । ନିଜର ବାଲୁକା କଳା ମାଧ୍ୟମରେ ଜନଗଣନାକୁ ନେଇ ଅଧିକ ସଚେତନ କରିବେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି ।
ସୂଚନାଯୋଗ୍ୟ, ଦେଶରେ ଜନଗଣନା ୨୦୨୭ ଫେବ୍ରୁ୍ଆରିରୁ ଆରମ୍ଭ ହେବ । ଏଥର ଜନଗଣନା ପ୍ରକ୍ରିୟା ପୂର୍ବ ଅପେକ୍ଷା ସାମାନ୍ୟ ଭିନ୍ନ ରହିଛି । ଏଥିରେ ଲୋକଙ୍କ ଜାତି ଓ ସାମାଜିକ-ଆର୍ଥିକ ବିବରଣୀକୁ ମଧ୍ୟ ସାମିଲ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଥର ଜନଗଣନା ୨୦୨୭ ଓ ଜାତି ଜନଗଣନା ଭାରତର ରାଜନୀତିକ ଓ ସାମାଜିକ ସଂରଚନାରେ ଏକ ଐତିହାସିକ ମୋଡ଼ ପ୍ରମାଣିତ ହେବ । ଏହାଦ୍ବାରା ମହିଳା ସଶକ୍ତିକରଣ, ସାମାଜିକ ନ୍ୟାୟ ଓ ଲୋକତାନ୍ତ୍ରିକ ପ୍ରତିନିଧିତ୍ବର ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

